Below header

କାକଟପୁର ନଇଗୁଆଁରେ ଅଘଟଣ: ଭାଉଜର ଠେଙ୍ଗା ମାଡରେ ଦିଅରର ମୃତ୍ୟୁ

କାକଟପୁର: ଭାଉଜର ଠେଙ୍ଗା ମାଡରେ ଦିଅରର ମୃତ୍ୟୁ। କାକଟପୁର ଥାନା ଅନ୍ତର୍ଗତ ନଇଗୁଆଁରେ ଏହି ଘଟଣା ଘଟିଛି। ଭାଉଜର ଠେଙ୍ଗା ମାଡରେ ଦିଅର ବିଚିତ୍ର ପ୍ରଧାନର ମୃତ୍ୟୁ ଘଟିଛି। ବିଚିତ୍ର ଅନେକବାର ଭାଉଜ ସହ ଘରର ଅନ୍ୟ ସଦସ୍ୟମାନଙ୍କୁ ମାରପିଟ୍‌ କରି ଆସୁଥିଲା । ଏକ ଅସ୍ତ୍ରରେ ଭାଉଜକୁ ଆକ୍ରମଣ କରିବା ସମୟରେ ଭାଉଜ ନିଜକୁ ରକ୍ଷା କରିବାକୁ ଯାଇ ଠେଙ୍ଗାରେ ବିଚିତ୍ରର ମୁଣ୍ଡକୁ ପିଟି ଦେଇଥିଲା ।

ଏଥିରେ ବିଚିତ୍ରର ମୃତ୍ୟୁ ଘଟିଛି । ମୃତକଙ୍କ ସ୍ତ୍ରୀ ଟୁନି କାକଟପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଥାନାରେ ମୃତକଙ୍କ ପୁଅ ସମେତ ଭାଉଜ ଓ ଭାଇ ଅଟକ ଅଛନ୍ତି । ପ୍ରାରମ୍ଭିକ ତଦନ୍ତ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.