Below header

ଆଧାର ତଥ୍ୟ ଚୋରିକୁ ନେଇ ଚିନ୍ତାରେ ଅଛନ୍ତି କି ? ତଥ୍ୟଚୋରିକୁ ରୋକିବା ପାଇଁ କରନ୍ତୁ ଏହି ଉପାୟ

କେନ୍ୟୁଜ୍‌(ବ୍ୟୁରୋ): ସରକାରୀ ଅଫିସଠୁ ବେସରକାରୀ ଦପ୍ତର । ବ୍ୟାଙ୍କଠୁ ନେଇ ଡାକଘର । ଅଫଲାଇନ ଫର୍ମ ପୁରଣଠୁ ନେଇ ଅନଲାଇନ । ରେଳଠୁ ବିମାନ ଯାତ୍ରା ପ୍ରାୟ ସବୁଠି ଦରକାର ହୋଇଥାଏ ଆଧାର ପରିଚୟ ପତ୍ର । ଅନଲାଇନରେ ଆଧାର କାର୍ଡ ବ୍ୟବହାର ବେଳେ ଆପଣଙ୍କୁ ତଥ୍ୟଚୋରିର ଭୟ ରହୁଛି କି? ଆପଣ ଏହି ଉପାୟ କରନ୍ତୁ ଆଉ ରହିବ ନାହିଁ ଆଧାର ତଥ୍ୟଚୋରିର ଭୟ ।

ନିକଟରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ ଆଧାର କାର୍ଡର ଅପବ୍ୟବହାର ରୋକିବା ପାଇଁ ହେଲପଲାଇନ ନମ୍ବର ଜାରି କରିଛି । ଏହି ନମ୍ବର ୨୪ ଘଣ୍ଟିଆ ସେବା ପ୍ରଦାନ କରିବ । 1947 ନମ୍ବରରେ କଲ କରି ଆଧାର କାର୍ଡ ସମ୍ବନ୍ଧିତ ଅଭିଯୋଗ କରିପାରିବେ । ଏହାସହ [email protected] ରେ ଇମେଲ ଯୋଗେ ଅଭିଯୋଗ କରିପାରିବେ ।

ଆପଣ କେବେବି ଆଧାର ଓଟିପିକୁ କାହାକୁ ମଧ୍ୟ ଦିଅନ୍ତୁ ନାହିଁ । ଯେତେବେଳେବି ଆପଣ ସର୍ବସାଧାରଣ କମ୍ପ୍ୟୁଟରର ବ୍ୟବହାର କରି କୌଣସି ଅନଲାଇନ କାମ କରୁଛନ୍ତି ହିଷ୍ଟ୍ରି କ୍ଲିଅର କରିବା କରିବା ପାଇଁ ଭୁଲନ୍ତୁ ନାହିଁ । ନହେଲେ ଆପଣଙ୍କ ଡାଟା ଚୋରି ହେବାର ସମ୍ଭାବନା ଢେର ଅଧିକ । ଆପଣଙ୍କ ଆଧାର ନମ୍ବରର ଅପବ୍ୟବହାରବି ହୋଇପାରେ । ସବୁବେଳେ ଆଧାର ସମ୍ପର୍କିତ କାମ ନିଜ ବ୍ୟକ୍ତିଗତ କମ୍ପ୍ୟୁଟରର ବ୍ୟବହାର କରି କରନ୍ତୁ ।

ଆପଣ ଯଦି ଚାହିଁବେ ଆଧାରର ବାୟୋମେଟ୍ରିକ ଡାଟାକୁ ଲକ କରିପାରିବେ ଏବଂ ଯେବେବି ଚାହିଁବେ ଅନଲକ କରି ହେବ । ଏଥିପାଇଁ ଆପଣଙ୍କୁ ଆଧାରର ଅଫିସିଆଲ ଓ୍ଵବସାଇଟକୁ ଯିବାକୁ ହେବ । ଏଠାରେ ମାଇ ଆଧାର ଅପସନକୁ କ୍ଲିକ କରିବେ । ଏହାପରେ ଲକ୍‌ ମାଇ ବାୟୋମେଟ୍ରିକରେ କ୍ଳିକ କରିବେ । ଏହାପରେ ଏକ ନୂଆ ପେଜ୍‌ ଖୋଲିବ । ଏଠାରେ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ଦିଅନ୍ତୁ । ଏହାପରେ ଲକିଙ୍କ ଫିଚରକୁ ଇନେବଲ କରନ୍ତୁ । ଏସବୁ କରିବା ପରେ ଆପଣଙ୍କ ବାୟୋମେଟ୍ରିକ ଡାଟା ଲକ ହୋଇଯିବ । ଏହିସବୁ ଉପାୟ ଅବଲମ୍ଭନ କରି ଆପଣଙ୍କ ଆଧାରର ତଥ୍ୟକୁ ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.