Below header

ଆପଣଙ୍କ ବ୍ୟତୀତ ଅନ୍ୟ କେହି ବି ଆପଣଙ୍କ ଫୋନକୁ କରିପାରିବେନି ଆକସେସ୍‌, ଫୋନରେ କରନ୍ତୁ ଏ ସେଟିଙ୍ଗ୍‌

ପ୍ରାୟ ଲୋକଙ୍କୁ ନିଜ ଫୋନ୍‌ ଅପେକ୍ଷା ଅନ୍ୟର ଫୋନକୁ ଧରି ଚେକ୍‌ କରିବାରେ ବହୁତ ଇଣ୍ଟରେଷ୍ଟ ଥାଏ। ଏମିତି କରିବା ଜଣ ଜଣଙ୍କର ଅଭ୍ୟାସ ବି ହୋଇଥାଏ। କେବେ କେବେ ତ ଆପଣଙ୍କ ଫୋନର ଆକସେସ୍‌ ରଖି ଆପଣଙ୍କ ଫୋନର ପୂରା ତଥ୍ୟ ବି ଜାଣିନିଅନ୍ତି। ଫୋନକୁ ଅନଲକ ହୋଇଥିବା ସ୍ଥିତିରେ ଆପଣଙ୍କ ଫୋନରେ ଥିବା ପ୍ରାଇଭେଟ୍‌ ଡାଟାକୁ ବି ଜାଣିନିଅନ୍ତି। ଏମିତିରେ ଆପଣଙ୍କୁ ବହୁତ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି କିମ୍ବା ଆପଣଙ୍କୁ ଲାଗୁଛି ଆପଣଙ୍କ ଫୋନର ଆକସେସ୍‌ ଅନ୍ୟ କାହା ପାଖରେ ଅଛି ତାହେଲେ ନିଶ୍ଚିତ ପଢ଼ନ୍ତୁ।

ଆଜି ଆମେ ଏ ଭିଡିଓରେ ଏମିତି ଏକ ଖାସ୍‌ ଫିଚର ବିଷୟରେ ଜଣାଇବୁ, ଯାହାକୁ ଏନାବଲ୍‌ କରିବା ପରେ ମୋବାଇଲ ଅନଲକହୋଇଥିବା ସ୍ଥିତିରେ ବି ଅନ୍ୟ କେହି ବି ବ୍ୟକ୍ତି ଆପଣଙ୍କ ଫୋନକୁ ଆକସେସ୍‌ କରିପାରିବନାହିଁ। ଏହି ଫୋନକୁ ଅନ୍‌ କରିବା ପରେ ହିଁ ଆପଣଙ୍କ ଫୋନ୍‌ ସେଫ୍‌ ହୋଇଯିବ। କେବଳ ଏତିକି ନୁହେଁ ଆପଣଙ୍କ ଜରୁରୀ ଫଟୋ ଏବଂ ଡାଟାକୁ ମଧ୍ୟ ଅନ୍ୟ କୌଣସି ବି ବ୍ୟକ୍ତି ଦେଖିପାରିବେନାହିଁ।

ଏହି ଫିଚର ବହୁତ ଖାସ୍‌। ବହୁତ କମ୍‌ ଲୋକ ବୋଧହୁଏ ଏହି ଫିଚର ବିଷୟରେ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା କଣ ଏହି ଫିଚର ଏବଂ ଏହା କେମିତି କାମ କରେ।
ଏହି ଫିଚରକୁ ଅନ୍‌ କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଫୋନର ସେଟିଙ୍ଗକୁ ଓପନ କରିବାକୁ ହେବ।

  • ସେଟିଙ୍ଗସରେ ଆପଣଙ୍କୁ ସିକ୍ୟୁରିଟୀ ଆଣ୍ଡ ଲକ୍‌ ସ୍କ୍ରୀନ ଅପସନ୍‌ ନଜର ଆସିବ।
  • ଆପଣଙ୍କୁ ସେହି ଅପସନ୍‌ ଉପରେ କ୍ଲିକ କରିବାକୁ ହେବ।
  • ଏବେ ଆପଣଙ୍କ ମୋବାଇଲ ସ୍କ୍ରୀନରେ ପ୍ରାଇଭେସୀ ସହ ଜଡିତ ଅନେକ ଅପ୍ସନ ଆପଣଙ୍କୁ ଦେଖାଯିବ।
  • ତାହାକୁ ତଳକୁ ସ୍କ୍ରୋଲ ଡାଉନ୍‌ କରିବା ପରେ ଆପଣଙ୍କୁ ପିନ୍‌ ଦ ସ୍କ୍ରୀନ କିମ୍ବା ସ୍କ୍ରୀନ ପିନିଙ୍ଗ୍‌ ଅପ୍ସନ ଦେଖାଯିବ।
  • ଆପଣଙ୍କୁ ସ୍କ୍ରୀନ୍‌ ପିନିଙ୍ଗ ଅପ୍ସନକୁ ସିଲେକ୍ଟ କରିବାକୁ ହେବ।
  • ସିଲେକ୍ଟ କରିବା ପରେ ଆପଣଙ୍କୁ ସ୍କ୍ରୀନ ପିନିଙ୍ଗକୁ ନିଜ ଫୋନରେ ଅନ୍‌ କରିବାକୁ ହେବ।
  • ଏହାକୁ କରିବା ପରେ ଆପଣଙ୍କୁ ଯେଉଁ ଆପକୁ ପିନ୍‌ କରିବାର ଅଛି ତାକୁ ଓପନ କରି ବନ୍ଦ କରିଦିଅନ୍ତୁ।
  • ଏବେ ଆପଣଙ୍କୁ ରିସେଟ ଆପକୁ ଯିବାକୁ ହେବ। ସେଠାରେ ଆପଣ ସେହି ଆପକୁ ଲଙ୍ଗ୍‌ ପ୍ରେସ କରି ପିନ୍‌ ବିକଳ୍ପକୁ ଚୟନ କରନ୍ତୁ।
  • ଏହି ପ୍ରୋସେସକୁ କରିବା ପରେ ଅନଲକ ହେବା ସ୍ଥିତିରେ ମଧ୍ୟ ଆପଣଙ୍କ ଫୋନରେ କେବଳ ସେହି ଆପ୍‌ ଚାଲିବ ଯାହାକୁ ଆପଣ ଓପନ କରି ରଖିଛନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ବି ଆପ୍‌ ଓପନ ହେବନାହିଁ ବା
  • ଖୋଲିବନାହିଁ।

ଏବେ ଜାଣନ୍ତୁ କେମିତି ସ୍କ୍ରୀନ ପିନିଙ୍ଗକୁ ଡିସେବଲ କରିବେ?

ସ୍କ୍ରୀନ୍‌ ପିନିଙ୍ଗକୁ ଡିସେବଲ କରିବା ପାଇଁ ଆପଣଙ୍କୁ ହୋମ ଏବଂ ବ୍ୟାକ ବଟନକୁ ଏକାସାଥିରେ ଦବାଇବାକୁ ହେବ। ଏହାପରେ ଆପଣଙ୍କୁ ନିଜ ଲକ୍‌ ସ୍କ୍ରୀନର ପାସଓ୍ଵାର୍ଡ ଏଣ୍ଟର କରିବାକୁ ହେବ। ଏହି ପ୍ରକ୍ରୀୟାକୁ କରିବା ପରେ ପିନ୍‌ କରାଯାଇଥିବା ଆପ୍‌ ଡିସେବଲ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.