ଟି-୨୦ ବିଶ୍ୱକପର ସିଧାପ୍ରସାରଣ ଦାୟିତ୍ୱରେ ଓଡିଆ ଯୁବକ ପ୍ରସନ୍ନ କୁମାର ପ୍ରଧାନ

ଏବେ କେବଳ ଓଡିଶା ନୁହେଁ ବରଂ ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ଓଡିଆ ଯୁବକଓ ଯୁବତୀ କମାଲ୍‌ କରୁଛନ୍ତି। ଗୀତ ଗାଇବା ହେଉ ଅବା ଡ୍ୟାନ୍ସ ଅବା ହେଉ ଖେଳକୁଦ ସବୁଥିରେ ନିଜକୁ ପ୍ରତିପାଦିତ କରୁଛନ୍ତି। ଏମିତି କିଛି କମାଲ୍‌ କରି ଦେଖାଇଛନ୍ତି କଟକ ଚୌଦ୍ୱାର ଅଞ୍ଚଳର ଜଣେ ଯୁବକ। ଗତ ୯ ବର୍ଷ ହେଲାଣି ନିଜର କଳାକୁ ପ୍ରଦର୍ଶିତ କରିଛନ୍ତି। ଷ୍ଟାର ସ୍ପୋଟର୍ସ କ୍ୟାମେରା ଟିମର ମୁଖ୍ୟ ଭାବେ ରହିଛନ୍ତି ପ୍ରସନ୍ନ କୁମାର ପ୍ରଧାନ। ଜଣେ ଓଡିଆ ଯୁବକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗିଦାରିତା ହୋଇଥିବାରୁ ତାଙ୍କୁ ପ୍ରଶଂସା ମିଳୁଛି।

ଓଡ଼ିଶାର କଟକ ଜିଲ୍ଲାର ଚୌଦ୍ୱାର ଶଙ୍କରପୁର ଅଞ୍ଚଳର ମୂଳ ବାସିନ୍ଦା ପ୍ରସନ୍ନ ଗତ ୯ ବର୍ଷ ଧରି ଷ୍ଟାର ସ୍ପୋଟର୍ସ କ୍ୟାମେରା ଟିମ ସହିତ କାମ କରୁଛନ୍ତି। ଦେଶର ଯେକୌଣସି ସ୍ଥାନରେ କ୍ରିକେଟ ମ୍ୟାଚ ହେଲେ ପ୍ରସନ୍ନ ସେଠାରେ ଦେଖାଯାଆନ୍ତି। ବାରବାଟୀରେ ଖେଳାଯାଇଥିବା ଗତ ଅର୍ନ୍ତଜାତୀୟ ମ୍ୟାଚରେ ପ୍ରସନ୍ନଙ୍କୁ ଦେଖିବାକୁ ମିଳିଥିଲା। ଆଇସିସିଟି – ୨୦ ବିଶ୍ୱକପ ମ୍ୟାଚ୍‌ର ଲାଇଭ ଟେଲିକଷ୍ଟ ପାଇଁ ସେ ସମସ୍ତେ ଷ୍ଟାର ସ୍ପୋର୍ଟସ କ୍ୟାମେରା ଦଳର ମୁଖ୍ୟ ହୋଇଛନ୍ତି।

ଏଥିସହ ସେ ଭୁବନେଶ୍ୱରରେ ଆୟୋଜିତ ଶେଷ ବିଶ୍ୱକପ ହକିରେ ଷ୍ଟାର ସ୍ପୋର୍ଟସର ଦାୟିତ୍ୱରେ ଥିଲେ ପ୍ରସନ୍ନ। କ୍ୟାମେରାମ୍ୟାନ ପ୍ରସନ୍ନ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ସମେତ କିମ୍ବଦନ୍ତୀ କ୍ରିକେଟରଙ୍କ ସହ ସାକ୍ଷାତ ଏବଂ ଯୋଗାଯୋଗରେ ରହିଛନ୍ତି।young

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.