ପୁନଃ ଟୀକା ନେବାକୁ ଅନୁମତି ଦେଇ ଆମେ ଲୋକଙ୍କ ଜୀବନ ସହ ଖେଳିପାରିବୁ ନାହିଁ : ସୁପ୍ରିମ କୋର୍ଟ

ଶୁକ୍ରବାର ସୁପ୍ରିମ କୋର୍ଟ କୋଭିଡର ରିଭ୍ୟାକସିନେସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟଙ୍କ ଅନୁଯାୟୀ ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ ଟୀକା ଗୁଡିକର ମିଶ୍ରିତ ପ୍ରୟୋଗ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବ ନାହିଁ । ଯେଉଁମାନେ ପୂର୍ବରୁ କୋଭ୍ୟାକସିନର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କୁ ପୁନଃ କୋଭିସୀଲଡ଼ ନେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବ ନାହିଁ । ଉଚ୍ଚତମ ନ୍ୟାୟାଳୟ ତରଫରୁ ଏହା ମଧ୍ୟ କୁହାଯାଇଛିକି ରିଭ୍ୟାକସିନେସନ ନେଇ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”ର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ରି-ଭ୍ୟାକସିନଏସନକୁ ନେଇ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଯେଉଁମାନେ କୋଭାକସିନର ଦୁଇଟି ଡୋଜ ନେଇସାରିଛନ୍ତି ଆଉ ପୁଣି ଥରେ କୋଭିସିଲ୍ଦ ଟୀକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଅନୁମତି ଦେବାକୁ ଏକ ପିଟିସନ ଦାୟର ହୋଇଥିଲା ।

ଡ଼ିୱାଇ ଚନ୍ଦ୍ରଚୂଡ଼ ଓ ବିଭି ନାଗାରତନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ହିଁ ଏହି ରାୟ ଦେଇଛନ୍ତି । କୋଭିଡ -19 ପାଇଁ ମିଶ୍ରିତ ଭ୍ୟାକସିନ( ଉଭୟ କୋଭିସିଲ୍ଦ ଓ କୋଭାକ୍ସିନ) ନେବା ନେଇ ଅନୁମତି ଦେଇ କୋର୍ଟ ସାଧାରଣ ଲୋକଙ୍କ ଜୀବନ ସହ କେବେବି ଖେଳିପାରିବେ ନାହିଁ । ଆଉ କହିଛନ୍ତିକି ମିଶ୍ରିତ ଭ୍ୟାକ୍ସିନ ନେଲେ ମଣିଷ ଶରୀର ଉପରେ କଣ ପ୍ରଭାବ ପକାଇବ ସେନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ସୂଚନା ଦେବା ଉଚିତ ହେବକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ କୋଭାକ୍ସିଂନକୁ ଅନୁମତି ଦେବା ନେଇ ପୂର୍ବରୁ ଏକ ଅପିଲ ଦାୟର କରିଥିଲା । ତେଣୁ ସଂଗଠନର ନିଷ୍ପତ୍ତି ମିଳିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ କାର୍ତିକ ସେଠ୍ ନାମକ ଜଣେ ଓକିଲ ହିଁ ମିଶ୍ରିତ ଭ୍ୟାକସିନ ନେବାକୁ ଅନୁମତି ଦେବାକୁ ନେଇ ଏକ ପିଟିସନ ଦାୟର କରିଥିଲେ । କାରଣ ବହୁ ସଂଖ୍ୟକ ଛାତ୍ର ତଥା ସାଧାରଣ ବ୍ୟକ୍ତି ବିଦେଶ ଯିବାକୁ ଚାହୁଁଥିଲେ ମଧ୍ୟ ସେହି ଦେଶ ମାନଙ୍କରେ ଲାଗୁ ହୋଇଥିବା ନିୟମ ଯୋଗୁଁ ସେମାନଙ୍କୁ ଅନୁମତି ମିଳିପାରୁନାହିଁ । ଗତ ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୋଭାକସିନକୁ ଡବ୍ଲ୍ୟୁଏଚଓର ମୋହର ବାଜିବାକୁ କେନ୍ଦ୍ର କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହାଇଦରାବାଦ ସ୍ଥିତ ଭାରତ ବାଈଓଟେକକୁ ଅଧିକ ଡାଟା ହାସଲ କରି ଆସନ୍ତା ନମ୍ୱଭେମ୍ବର ୩ ତାରିଖରେ ଦେଖାକରିବାକୁ ନିର୍ଦ୍ଦେଶ ଦିଯାଇଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲ ମାସରେ ଅନୁମତି ମିଳିବା ନେଇ ଡବ୍ଲ୍ୟୁଏଚଓ ନିକଟରେ ଅପିଲ କରିଥିଲା ଭାରତ ବାଈଓଟେକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.