ଶୀତଦିନରେ ସ୍କିନକୁ ଟାଇଟ୍‌ ରଖେ ନଡ଼ିଆ ତେଲ, ଜାଣନ୍ତୁ କିପରି

ଶୀତ ଦିନ ଆରମ୍ଭ ହେଲାପରେ ତ୍ୱଚାକୁ ନେଇ ଚିନ୍ତା ସମସ୍ତଙ୍କର ବଢ଼ିଯାଏ। ଏହି ସମୟରେ ଜଳବାୟୁ ଶୁଷ୍କ ରହିବା କାରଣରୁ ଏହାର ସିଧାସଳଖ ପ୍ରଭାବ ଆମ ତ୍ୱଚା ଉପରେ ପଡ଼େ। ଆଜି ଆମେ ଆପଣଙ୍କୁ କହିବୁୁ ଏଥିପାଇଁ ଏକ ସୁନ୍ଦର ପ୍ରତିକାର।ଯାହାକୁ ଆପଣାଇ ଶୀତ ଦିନରେ ନିଜ ତ୍ୱଚାର ଉଚିତ ଧ୍ୟାନ ରଖିପାରିବେ।

ଅନେକ ଜଣ ଏହି ସମୟରେ ନିଜ ସ୍କିନକୁ ମଶ୍ଚରାଇଜ ଓ ହେଲ୍ଦି ରଖିବା ପାଇଁ ମହଙ୍ଗା କ୍ରିମ ସବୁ ବ୍ୟବହାର କରିଥାନ୍ତି। କିନ୍ତୁ ଏଥିରେ ଖର୍ଚ୍ଚକୁ ଦେଖି ସଠିକ ରେଜଲ୍ଟ ମିଳିନଥାଏ । ଏହି ପରିସ୍ଥିତିରେ ଆପଣ ନଡ଼ିଆ ତେଲକୁ ଆପଣାଇ ପାରିବେ। ଏହା ଶୀତଦିନରେ ସ୍କିନକୁ ଭରପୂର ମାତ୍ରାରେ ପୋଷଣ ଦେଇଥାଏ। ଏହାର ନିୟମିତ ବ୍ୟବହାର ଦ୍ୱାରା ଚେହେରାରୁ ଦାଗ ଆଦି ସମସ୍ୟାକୁ ଦୂର କରିଥାଏ।

-ଶୀତ ଦିନରେ ନଡ଼ିଆ ତେଲର ବ୍ୟବହାର ଦ୍ୱାରା ସ୍କିନ ହେଲଦି ହୋଇଥାଏ। ସ୍କିନ ମଧ୍ୟରେ ମଶ୍ଚରକୁ ଲକ୍‌ କରି ଏହାକୁ ଗ୍ଲୋଇଂ କରାଏ । ଏହାଦ୍ୱାରା ଡ୍ରାଏନେସ୍‌ କମିଯାଏ।

-ଏହାର ବ୍ୟବହାର କେବଳ ଆପଣ ଚେହେରାରେ କରିବେ ତାହା ନୁହେଁ ବରଂ ହାତ, ପାଦ ଏବଂ ଶରୀରରେ ମଧ୍ୟ କରିପାରିବେ। ହାଡ ଗଣ୍ଠିର ରୁଖାପଣକୁ ଦୂର କରିବାରେ ମଧ୍ୟ ନଡ଼ିଆ ତେଲ ଖୁବ ଲାଭକାରୀ ହୋଇଥାଏ।

coconut
pc: eat this not that

-ସାଧାରଣତଃ ବୟସ ବଢ଼ିବା ସହ ତ୍ୱଚାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ନଡ଼ିଆ ତେଲ ବେଶ ଉପକାରୀ ହୋଇଥାଏ। ଏହା ସ୍କିନ କୋଲୋଜନ୍‌ ର ଉତ୍ପାଦକୁ ବଢ଼ାଇଥାଏ ।ଏଥିରେ ଲୋରକି ଏସିଡ଼ ରହିଥିବାରୁ ଏହା ଲୁଜ୍‌ ସ୍କିନକୁ ଟାଇଟ୍‌ କରିଥାଏ ।

-ପ୍ରତିଦିନ ଆପଣ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲର କିଛି ଡ୍ରପ ନେଇ ମୁହଁରେ ମାଲିସ କରନ୍ତୁ। ଏହା କରିବା ଦ୍ୱାରା ଦାଗ ଆଦି ସମସ୍ୟା ଦୂର ହୋଇଥାଏ।

-ସ୍କିନ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ସନସ୍କ୍ରିନ ଭଳି କାମ କରେ। ଏଥିରେ ଏସପିଏଫ ଥିବା କାରଣରୁ ସୂର୍ଯ୍ୟଙ୍କ ହାନିକାରକ ପ୍ରଭାବର ୁ ବଞ୍ଚାଇଥାଏ। ତେଣୁ ପଜିଟିଭ ରେଜଲ୍ଟ ପାଇବା ପାଇଁ ଏହି ଟିପ୍ସକୁ ନିୟମିତ ପାଳନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.