Below header

ଗୁଗୁଲ ସ୍ଲାଇଡ ଓ କ୍ଲାସରୁମରେ ଆସିଲା ନୂଆ ଫିଚର, ଅନଲାଇନ ପାଠପଢାରେ ହେବ ସୁବିଧା

ଗୁଗୁଲ ସ୍ଲାଇଡ ପ୍ରେଜେନଷ୍ଟେସନ ସପ୍ଟୱେରରେ ଅନେକ ଆଡଭାନ୍ସ ଫିଚର ନେଇକି ଆସିଛି । ନୂଆ ଜୁମ ସେଟିଂ ସହ ବୋଲ୍ଡ, ଅଣ୍ଡରଲାଇନ, ଇଟାଲିକ ଓ ବୁଲେଟ ଲିଷ୍ଟ କରାଯାଇ ପାରିବ ।

କେନ୍ୟୁଜ୍(ବ୍ୟୁରୋ): ଗ୍ଲୋବାଲ ବ୍ରାଣ୍ଡ ଗୁଗୁଲ ଏହାର ଗୁଗୁଲ ସ୍ଲାଇଡ ପ୍ରେଜେନଷ୍ଟେସନ ସପ୍ଟୱେରରେ ଅନେକ ଆଡଭାନ୍ସ ଫିଚର ନେଇକି ଆସିଛି । କମ୍ପାନୀ ପକ୍ଷରୁ ନୂଆ ଜୁମ ସେଟିଂ ଅଣାଯାଇଛି । ଫଳରେ ୟୁଜର କଣ୍ଟେଟକୁ ଅଧିକ କଷ୍ଟମାଇଜ କରିପାରିବେ । କମ୍ପାନୀ ଏହାର ଏକ ବ୍ଲଗ ୱାର୍କସ୍ପେସ ଅପଡେଟରେ ଏହି ସୂଚନା ଦେଇଛି ।

ୟୁଜର ଗୁଗୁଲ ସ୍ଲାଇଡରେ ଭିଉକୁ କଷ୍ଟମାଇଜ କରିପାରିବେ । ନୂଆ କଷ୍ଟମ ଜୁମ୍ ସେଟିଂକୁ ବ୍ୟବହାର କରି ୟୁଜର ସ୍ଲାଇଡକୁ କଷ୍ଟମାଇଜ କରିପାରିବେ । ପ୍ରେଜେଣ୍ଟେସନର ଟପରେ ପ୍ରି ସେଟ୍ ଜୁମ୍ ପରସେଣ୍ଟ ରହିଛି । ଡ୍ରପ ଡାଇନ ମେନ୍ୟୁରୁ ଆପଣ ଜୁମ୍ ପରସେଣ୍ଟକୁ ସେଟ୍ କରିପାରିବେ ।

ଗୁଗୁଲ କ୍ଲାସରୁମ୍

ଗୁଗୁଲ କ୍ଲାସରୁମ୍ ରେ ରିଚ ଟେକ୍ଟ ଫର୍ମାଟିଂ ଫିଚର ଉପଲବ୍ଧ ହେବ । ଏହାସହ ଏଥିରେ ପ୍ରାଇଭେଟ କମେଣ୍ଟ ଫିଚର ଗୁଗୁଲ ପକ୍ଷରୁ ଅଣାଯାଇଛି । ଏହାସହ ଟେକ୍ସଟକୁ ବୋଲ୍ଡ, ଅଣ୍ଡରଲାଇନ, ଇଟାଲିକ ଓ ବୁଲେଟ ଲିଷ୍ଟ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.