ଯନ୍ତ୍ରୀ ହେଲେ ହଟହଟା, ପରକୀୟା ପ୍ରୀତି ବେଳେ ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ ସ୍ତ୍ରୀ

ଗତକାଲି ରାତିରେ ଯନ୍ତ୍ରୀ ଜଣକ କପ୍ତିପଦା ଥାନା ମାଛିଆ ଗାଁର ଜଣେ ଯୁବତୀଙ୍କ ଘରେ ଥିବାବେଳେ ପହଞ୍ଚିଯାଇଥିଲେ ସ୍ତ୍ରୀ ଓ ଗାଁଲୋକ। ଉଭୟ ଧରା ପଡ଼ିବା ପରେ ଯନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ।

ବଲାଙ୍ଗିର(କେନ୍ୟୁଜ୍): ଯନ୍ତ୍ରୀଙ୍କ ପରକୀୟା ପ୍ରୀତି। ଧରାପଡି ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ମାଡ଼ିବସିଲେ ଗାଁଲୋକ ଓ ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡିଙ୍କୁ ମହଙ୍ଗା ପଡ଼ିଲା ରୋମିଓଗିରିି। ଗୋଲକ ବିହାରୀଙ୍କ ୨ ଝିଅ ମଧ୍ୟ ଅଛନ୍ତି। ହେଲେ ଯନ୍ତ୍ରୀ ବାବୁଙ୍କୁ ଘାରିଛି ପରକୀୟା ପ୍ରୀତି ନିଶା।

ଗତକାଲି ରାତିରେ ଯନ୍ତ୍ରୀ ଜଣକ କପ୍ତିପଦା ଥାନା ମାଛିଆ ଗାଁର ଜଣେ ଯୁବତୀଙ୍କ ଘରେ ଥିବାବେଳେ ପହଞ୍ଚିଯାଇଥିଲେ ସ୍ତ୍ରୀ ଓ ଗାଁଲୋକ। ଉଭୟ ଧରା ପଡ଼ିବା ପରେ ଯନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଏ ନେଇ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗୋଲକ ବିହାରୀଙ୍କ ପତ୍ନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.