Below header

ନିଆରା ଢଙ୍ଗରେ ଶତାୟୁ ବୃଦ୍ଧା ମା’ଙ୍କ ଜନ୍ମଦିନ ପାଳିଲେ ପରିବାର ଲୋକେ, ସମାଜକୁ ଦେଲେ ନୂତନ ବାର୍ତ୍ତା

ନିଆରା ଢଙ୍ଗରେ ପାଳନ ହେଲା ଜନ୍ମଦିନ। ଶତାୟୁ ବୃଦ୍ଧା ମା'ଙ୍କ ଜନ୍ମ ଦିନରେ ପରିବାର ଲୋକେ ଆଣି ଦେଇଥିଲେ ଅନେକ ଖୁସି। ମାଁଙ୍କ ଜନ୍ମ ଦିନରେ ମନରେ ଖୁସି କହିଲେ ନ ସରେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶଗଢିଆ ପଞ୍ଚାୟତ ଓସ୍ତପାଳ ଗ୍ରାମରେ।

ସୋର(କେନ୍ୟୁଜ୍): ନିଆରା ଢଙ୍ଗରେ ପାଳନ ହେଲା ଜନ୍ମଦିନ। ଶତାୟୁ ବୃଦ୍ଧା ମା’ଙ୍କ ଜନ୍ମ ଦିନରେ ପରିବାର ଲୋକେ ଆଣି ଦେଇଥିଲେ ଅନେକ ଖୁସି। ମାଁଙ୍କ ଜନ୍ମ ଦିନରେ ମନରେ ଖୁସି କହିଲେ ନ ସରେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶଗଢିଆ ପଞ୍ଚାୟତ ଓସ୍ତପାଳ ଗ୍ରାମରେ। ଏହି ଗ୍ରାମର ଲାବଣ୍ୟ ସ୍ୱାଇଁ, ବୟସ ୧୦୦ବର୍ଷ। ପରିବାର କହିଲେ ୫ପୁଅ, ବୋହୂ, ନାତି ନାତୁଣୀ, ଅଣନାତି ନାତୁଣୀ। ତେବେ ସଭିଏଁ ମିଶି ଗଲା ଶେଷ ରଜରେ ନିଆରା ଢଙ୍ଗରେ ପାଳନ କରାକରିଥିଲେ ଲାବଣ୍ୟଙ୍କର ୧୦୦ତମ ଜନ୍ମଦିନ।

ସକାଳୁ ବୋହୂ, ନାତୁଣୀମାନେ ମିଶି ଲବଣ୍ୟଙ୍କୁ ପ୍ରଥମେ କ୍ଷୀରରେ ସ୍ନାନ କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ପରେ ଝୁଲଣାରେ ବସାଇ ଝୁଲାଇବା ସହ ମୁଣ୍ଡ ରେ ମୁକୁଟ, ବେକରେ ହାପି ବାର୍ଥଡେ ମାଳା ପକାଇଥିଲେ। ତାସହିତ ପରିବାର, ବନ୍ଧୁବାନ୍ଧବ, ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ କେକ କାଟି ଜନ୍ମ ଦିନକୁ ପାଳିଥିଲେ।

woman birthday

ଆସିଥିବା ବନ୍ଧୁବାନ୍ଧବ, ପରିଜନ ଲାବଣ୍ୟଙ୍କୁ ପୂଜାର୍ଚ୍ଚନା କରି ଆଶ୍ରୀବାଦ ଭିକ୍ଷା କାମନା କରିଥିଲେ। ଏଥି ସହିତ ଗରିବ ଲୋକମାନଙ୍କ ପାଇଁ ବସ୍ତ୍ର ବଣ୍ଟନ କରିଥିବା ବେଳେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। ସଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ରଜରେ ପରିବାର ଲୋକେ ବହୁତ ଖୁସି ଥିଲେ । ମା ଙ୍କ ଜନ୍ମ ଦିନରେ ଆଖ ପାଖ ଗାଁର ବୃଦ୍ଧବୃଦ୍ଧା, ଗ୍ରାମବାସୀ, ବନ୍ଧୁବାନ୍ଧବମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ଗୋଟେ ପଟରେ ବୁଢ଼ୀ ମା’କୁ ବୋଝ ବୋଲି ଭାବି ତାକୁ ଘରୁ ତଡ଼ି ଦେବାକୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି । ସମାଜରେ କେଉଁଠି ନା କେଉଁଠି ବାପା ମାଆଙ୍କୁ ହଇରାଣ ହରକତ କରୁଛନ୍ତି କିଛି କୁଳାଙ୍ଗାର ସନ୍ତାନ । ହେଲେ ଓସ୍ତପାଳ ଗ୍ରାମର ଲବଣ୍ୟଙ୍କ ପରିବାର ଆଜି ନିଜ ମାଙ୍କ ୧୦୦ତମ ଜନ୍ମଦିନ ପାଳି ଏ ସମାଜ ଦେଇଛନ୍ତି ଏକ ନୂତନ ବାର୍ତ୍ତା । ଯାହାର ବୁଦ୍ଧିଜୀବୀମାନେ ବେଶ୍ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.