Below header

୩୮ ଘଣ୍ଟାର ବ୍ଯାଟେରୀ ଲାଇଫ ଏବଂ ସ୍ମାର୍ଟ ANC ସହିତ ଲଞ୍ଚ ହେଲା OnePlus Buds Pro, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

OnePlus ଇଭେଣ୍ଟରେ OnePlus Nord 2 ଲଞ୍ଚ କରିଛି। ଏହା ସହିତ OnePlus Buds Pro କୁ ମଧ୍ୟ ଲଞ୍ଚ କରିଛି। One Plus Buds Pro ସିଲିକନ ଟିପ୍ସ ଏବଂ ଆଡେପ୍ଟିଭ ନଏଜ କ୍ଯାନସେଲେସନ ସହିତ ମିଳିବ।

One Plus Buds Pro ରେ ୭ ଘଣ୍ଟାର ବ୍ଯାଟେରୀ ଲାଇଫ ରହିଛି। ଚାର୍ଜିଂ କେସ୍ ସହିତ ଏଥିରେ ୩୮ ଘଣ୍ଟାର ବ୍ଯାଟେରୀ ଲାଇଫ ମିଳିଥାଏ। ୟୁଜର୍ସ ପାଖରେ ୪୦ ଡେସିବଲ ପର୍ଯ୍ଯନ୍ତ ଶବ୍ଦକୁ କମ୍ କରିବାରେ ସକ୍ଷମ ହୋଇଥାଏ। ଏଥିରେ ୩ଟି ମାଇକ୍ରୋଫୋନ ଦିଆଯାଇଛି। ଏଥିରେ କ୍ରିଷ୍ଟାଲ କ୍ଲିଅର କଲ କରିପାରିବେ। କନେକ୍ଟିଭିଟି ପାଇଁ ବ୍ଲୁଟୁଥ ୫.୨ ଦିଆଯାଇଛି। 94ms ଅଲଟ୍ରା ଲୋ ଲେଣ୍ଟେସି ସହିତ ଆସିଥାଏ। ପାଣି ଏବଂ ଝାଳରୁ ନିରାପଦରେ ରଖିବା ପାଇଁ IP55 ରେଟିଂ ରହିଛି। କମ୍ପାନୀ ଏହା ANC ସହିତ ଆସିଥାଏ।

ଏଥିରେ Dolby Atmos ସପୋର୍ଟ ମଧ୍ୟ ଦିଆଯାଇଛି। ଏଥିରେ ୧୧ mm ଡାଇନୋମିକ ଡ୍ରାଇଭର୍ସ ଦିଆଯାଇଛି। କମ୍ପାନୀ କହିଛି କି, ଏଥିରେ ବେସ୍ କ୍ବାଲିଟିକୁ ବହୁତ ଉତ୍ତମ କରିଥାଏ। ପର୍ସନଲାଇଜ ଅଡିଓ ଏକ୍ସପିରିଏନ୍ସ ପାଇଁ OnePlus Audio Id ସହିତ କନେକ୍ଟ କରିପାରିବେ। ଏହା ୟୁଜର ହିସାବରେ ସାଉଣ୍ଡ ପ୍ରୋଫାଇଲକୁ ଅପଡେଟ୍ କରିପାରିବେ। ଏହି ବଡସ୍ Wrap Charge ସହିତ ଆସିଥାଏ। ଏହା ମାତ୍ର ୧୦ ମିନିଟ ଚାର୍ଜରେ ୧୦ ଘଣ୍ଟା ପର୍ଯ୍ଯନ୍ତ ଚାଲିଥାଏ ବୋଲି କମ୍ପାନୀ ଦାବି କରିଛି। One Plus Buds Pro କୁ One Plus 9 Pro ୱେୟାରଲେସ ଚାର୍ଜ ମଧ୍ୟ କରିପାରିବେ।

ଏହା ଦୁଇଟି କଲର ଅପସନ ମିଳିବ। Matte Black ଏବଂ Glossy White କଲର ଅପସନରେ ଲଞ୍ଚ ହୋଇଛି। ଯାହାର ଦାମ ୧୫୦ ଡଲାର ପାଖାପାଖି ୧୧ ହଜାର ଟଙ୍କା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.