Below header

ନଭେମ୍ବରରେ ଲଞ୍ଚ ହେବ ଏହି ଲାଟେଷ୍ଟ ସ୍ମାର୍ଟଫୋନ, ଜାଣନ୍ତୁ ସମସ୍ତ ଫୋନର ନାମ

ଟେକ୍‌ ବ୍ରାଣ୍ଡ ନିଜର ନୂଆ ଡିଭାଇସଗୁଡ଼ିକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ନଭେମ୍ବର ମାସରେ କେଉଁ ସବୁ ସ୍ମାର୍ଟଫୋନ ଲଞ୍ଚ ହେବ ଆସନ୍ତୁ ଜାଣିବା ।

ଟେକ୍ ପ୍ରେମୀ ଏବଂ ୟୁଜରମାନଙ୍କ ପାଇଁ ନଭେମ୍ବର ମାସ ଏକ୍ସସାଇଟିଂ ହେବାକୁ ଯାଉଛି । କାରଣ ଟପ୍ ବ୍ରାଣ୍ଡଗୁଡିକର ଅନେକ ଗ୍ୟାଜେଟ୍ ମାର୍କେଟରେ ଲଞ୍ଚ ହେବ। ଟେକ୍‌ ବ୍ରାଣ୍ଡ ନିଜର ନୂଆ ଡିଭାଇସଗୁଡ଼ିକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ନଭେମ୍ବର ମାସରେ କେଉଁ ସବୁ ସ୍ମାର୍ଟଫୋନ ଲଞ୍ଚ ହେବ ଆସନ୍ତୁ ଜାଣିବା ।

iQOO 12 5G
ଭିଭୋର ସବ୍-ବ୍ରାଣ୍ଡ୍ iQOO, ନଭେମ୍ବର ୭ରେ ନିଜର iQOO 12 ଏବଂ iQOO 12 Pro ଲଞ୍ଚ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନର ସ୍ପେସିଫିକେସନ୍‌ ଦମଦାର ରହିଛି । ଏହି ସ୍ମାର୍ଟଫୋନରେ ୧୪୪Hz ରିଫ୍ରେସ୍ ରେଟ୍ ସହିତ ୫୦ ମେଗାପିକ୍ସେଲ୍ ଟ୍ରିପଲ୍ ରିୟର କ୍ୟାମେରା ଏବଂ ୬.୭୮-ଇଞ୍ଚର ଡିସପ୍ଲେ ଦିଆଯାଇଛି । ଏହା ଗୁଗଲର ଲାଟେଷ୍ଟ ଆଣ୍ଡ୍ରଏଡ୍ 14କୁ ସପୋର୍ଟ କରେ ।

Realme GT 5 Pro
ନଭେମ୍ବର ୧୬ରେ ଭାରତରେ Realme ନିଜର GT 5 Pro ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ସ୍ମାର୍ଟଫୋନରେ ୬.୭୪ ଇଞ୍ଚର ଟଚ୍ ସ୍କ୍ରିନ୍ ଡିସପ୍ଲେ ସହ ୧୪୪ Hz ରିଫ୍ରେସ ରେଟ ରହିଛି । ଏହି ସ୍ମାର୍ଟଫୋନ୍ ଅକ୍ଟା-କୋର ସ୍ନାପଡ୍ରାଗନ୍ 8 ଜେନ 2 ପ୍ରୋସେସର ଦ୍ୱାରା ଚାଲିଥାଏ ଯାହା ୧୨ GB RAM ଦେଇଥାଏ । ଏଥିରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଏବଂ ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ କ୍ୟାମେରା ଏବଂ ୨ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ରହିଛି । ଏହା ସହିତ GT 5 Proରେ ବଢ଼ିଆ ଫଟୋଗ୍ରାଫି କ୍ୟାପାବିଲିଟିସ୍‌ ରହିଛି ।

OnePlus 11RT :
ଭାରତରେ OnePlus 11RT ର ଲଞ୍ଚିଂକୁ ନେଇ OnePlus ଫ୍ୟାନ୍ସମାନେ ଅପେକ୍ଷା କରିଛନ୍ତି । ପାଖାପାଖି ୪୪,୯୯୯ ଟଙ୍କା ଦାମର ଏହି ଡିଭାଇସରେ ୧୨୦ Hz ରିଫ୍ରେସ ରେଟ ସହିତ ୬.୭-ଇଞ୍ଚର FHD + AMOLED ଡିସପ୍ଲେ ଫିଚର ସେଟ୍ ହୋଇଛି । ଏହି ଫୋନରେ OIS ସହିତ ୫୦ ମେଗାପିକ୍ସେଲର ମେନ୍‌ ସେନସର, ୧୬ ମେଗାପିକ୍ସେଲ ଅଲଟ୍ରାୱାଇଡ ଲେନ୍ସ ଏବଂ ୫ ମେଗାପିକ୍ସେଲ ମାକ୍ରୋ ସେନସର ରହିଛି । OnePlus 11RT ଫୋନରେ ୫୦୦୦mAh ବ୍ୟାଟେରୀ ଏବଂ ୧୨୦W ଚାର୍ଜିଂର ସପୋର୍ଟ ଦିଆଯାଇଛି ।

Lava Blaze 2 5G
ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ Lava, ନଭେମ୍ବର ଆରମ୍ଭରେ Blaze 2 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହି ବଜେଟ୍ ଫ୍ରେଣ୍ଡଲି 5G ଫୋନର ରିୟରରେ ଏକ ବଡ଼ ସ୍ଫେରିକାଲ କ୍ୟାମେରା ୟୁନିଟ୍ ରହିଛି । ଏହି ଡିଭାଇସରେ ୯୦Hz ରିଫ୍ରେସ୍ ରେଟ୍ ଏବଂ ୫୦ ମେଗାପିକ୍ସେଲ୍ ମେନ୍ ସେନ୍ସର ରହିଥିବା ଜଣା ପଡ଼ିଛି । ଏହା ସହିତ ୬.୫ଇଞ୍ଚର LCD ଡିସପ୍ଲେ ରହିଛି, ଯାହାର ମୂଲ୍ୟ ମାତ୍ର ୧୦.୦୦୦ ଟଙ୍କା ରହିବ ।

Samsung Galaxy M44 5G :
Samsung Galaxy ନିଜ ୟୁଜରଙ୍କ ପାଇଁ ଏକ ଭଲ ସ୍ମାର୍ଟଫୋନ ଆଣିବାକୁ ଯାଉଛି । ଏହି ଫୋନ ହେଉଛି Samsung Galaxy M44 5G । ଏହି ଫୋନରେ ୬.୭ ଇଞ୍ଚର FHD + AMOLED ଡିସପ୍ଲେ ସହିତ ୧୨୦Hz ରିଫ୍ରେସ୍‌ ରେଟ ରହିଛି । ଏଥିରେ ୫୦ ମେଗାପିକ୍ସେଲର ମେନ୍‌ କ୍ୟାମେରା ରହିଛି । ଏହା ୨୫W ଚାର୍ଜିଂକୁ ସପୋର୍ଟ କରିବା ସହ ଏଥିରେ ୬,୦୦୦mAh ବ୍ୟାଟେରୀ ଦିଆଯାଇଛି ।

ଏହି ସ୍ମାର୍ଟଫୋନରେ ଭଲ ଅଫର ମିଳୁଛି । ମୋବାଇଲ ୟୁଜରମାନେ ଏହି ସ୍ମାର୍ଟଫୋନକୁ ଭଲ ଫିଚର ସହିତ କିଣିପାରିବେ । ତେବେ ଆପଣମାନେ ଯଦି ଏହି ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ଚଳିତ ମାସରେ ହିଁ ଏହି ସବୁ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.