ଆପଣଙ୍କୁ ଜଣାଅଛି କି, ଲୋନର କିସ୍ତି ସୁଝିବା ପର୍ଯ୍ୟନ୍ତ କିଏ ହୋଇଥାନ୍ତି ଗାଡିର ପ୍ରକୃତ ମାଲିକ?

ମଧ୍ୟମ ବର୍ଗର ଲୋକ ବଡ ଗାଡି ଅର୍ଥାତ ଚାରି ଚକିଆ ଗାଡି କିଣିବା ସମୟରେ ପ୍ରାୟତଃ ଲୋନ କିମ୍ବା ଇଏମଆଇ ମାଧ୍ୟମରେ ନେଇଥାନ୍ତି। କିନ୍ତୁ ଏହି ଲୋନର କିସ୍ତି ସୁଝିବା ପର୍ଯ୍ୟନ୍ତ ଗାଡି ଉପରେ କେବଳ ଫଟଇନାନ୍ସର ଅଧିକାର ରହିବ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଘୋଷଣା କରିଛନ୍ତି। ଯଦି କୌଣସି କାରଣରୁ ଗ୍ରାହକ ଲୋନର କିସ୍ତି ସୁଝିବାରେ ଅସର୍ମଥ ହୁଅନ୍ତି ତେବେ ଫାଇନେନ୍ସର ତାଙ୍କ ଗାଡି ଉପରେ ଆଇନଗତ ଭାବରେ କବଜା କରିପାରିବ ବୋଲି ମଧ୍ୟ ସୁପ୍ରିମ ର୍କୋଟ ଆଦେଶ ଦେଇଛନ୍ତି।
ତେବେ କୋର୍ଟର ଏଭଳି ନିଷ୍ପତ୍ତି ନେବା ପଛରେ ଏକ ଭିନ୍ନ କାରଣ ରହିଛି। ଆମ୍ବେଦକର ନଗରରେ ରହୁଥିବା ରାଜେଶ ତିଓ୍ଵାରି ୨୦୦୩ ମସିହାରେ ୧ଲକ୍ଷ ଟଙ୍କା ଡାଉନ ପେମେଣ୍ଟ ଦେଇ ୧୨୫୩୧ ଟଙ୍କା କିସ୍ତିରେ ମହିନ୍ଦ୍ରା ର୍ମାଶଲ ଗାଡି କିଣିଥିଲେ। କିଛି ମାସ କିସ୍ତି ଠିକ୍ ଭାବରେ ସୁଝିଲା ପରେ ରାଜେଶ କୌଣସି କାରଣରୁ ଆଉ କିସ୍ତି ସୁଝି ପାରିଲେ ନାହିଁ। ଏହାପରେ କମ୍ପାନୀ ତାଙ୍କ କାରକୁ ଜବତ କରିନେଇ ତାକୁ ବିକ୍ରି କରିଦେଇଥିଲା। କମ୍ପାନୀ ଏହିଭଳି କାର୍ଯ୍ୟ କରିବାରୁ ଜିଲ୍ଲା ଉପଭୋକ୍ତା ନ୍ୟାୟାଳୟରେ ରାଜେଶ କେସ୍ ଦାଖଲ କରିଥିଲା। ବିନା କୌଣସି ନୋଟିସ କିମ୍ବା ଉପଯୁକ୍ତ ସମୟ ନଦେଇ ଗ୍ରାହକ ଠାରୁ ଗାଡି ଜବତ କରିବା ଅପରାଧରେ ର୍କୋଟ ଫାଇନେନ୍ସରକୁ ୨୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଥିଲେ।
ଏହାପରେ ର୍କୋଟ ଫାଇନେନ୍ସିଅରଙ୍କ ଆବେଦନ କ୍ରମେ ତାଙ୍କ ଉପରେ ଲଦିଥିବା ଜୋରିମାନାକୁ ରଦ୍ଦ କରିଥିଲେ। ଏହାପରେ ସମସ୍ତ ତଦନ୍ତ କରି କୋର୍ଟ ତାଙ୍କ କରିଥିବା ଘୋଷଣାରେ ପରିବର୍ତ୍ତନ ଆଣିଥିଲେ। ଗ୍ରାହକ ଜଣକ ଡିଫଲ୍ଟ ଥିଲେ ଏବଂ କମ୍ପାନୀ ତାଙ୍କୁ ୧୨ ମାସର ଯଥେଷ୍ଟ ଅବଧି ଦେଇଥିଲେ ବୋଲି କୋର୍ଟ ତାଙ୍କ ପରବର୍ତ୍ତି ଫଇସଲାରେ ଶୁଣାଇଥିଲେ । କିନ୍ତୁ କୌଣସି ଲିଗାଲ ନୋଟିସ ନଦେଇ ଏପରି କରିଥିବାରୁ କମ୍ପାନୀକୁ ୧୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥିଲା। ଆପଣ ମଧ୍ୟ ଯଦି କେବେ ଲୋନ ଦ୍ୱାରା ଗାଡି କିଣୁଛନ୍ତି ତେବେ ସମୟନୁସାରେ ଠିକ୍ ଭାବରେ କିସ୍ତି ସୁଝି ନିଅନ୍ତୁ ନଚେତ୍ ଆପଣଙ୍କ ସହିତ ବି ଏହିପରି କିଛି ଘଟଣା ଘଟି ପାରିବ।