ମାତ୍ର ୨୫୦ ଟଙ୍କାରେ ଖୋଲନ୍ତୁ ଏହି ଯୋଜନାରେ ଆକାଉଣ୍ଟ, ୨୧ ବର୍ଷ ପରେ ମିଳିବ ୬୪ ଲକ୍ଷ ଟଙ୍କା

ସୁକନ୍ୟା ସମୃଦ୍ଧି ଯୋଜନା ସାଧାରଣ ଲୋକଙ୍କୁ କ୍ଷୁଦ୍ର ସଞ୍ଚୟରେ ବଡ ପୁଞ୍ଜି ଦେଇଥାଏ। କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ। ଏହି ଯୋଜନା ଅନ୍ତର୍ଗତ ୧ ରୁ ୧୦ ବର୍ଷ ପର୍ଯ୍ୟନ୍ତ କନ୍ୟା ସନ୍ତାନ ବା ଝିଅଙ୍କ ପାଇଁ ଆପଣ ଆକାଉଣ୍ଟ ଖୋଲିପାରିବେ। ଯେଉଁଥିରେ ନ୍ୟୁନତମ ୨୫୦ ଟଙ୍କା ରାଶିରୁ ନେଇ ଅଧିକତମ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରପାରିବେ। ଏହି ଯୋଜାନାର ଲାଭ ସେହି ଲୋକମାନେ ଉଠାଇ ପାରିବେ ଯେଉଁମାନଙ୍କର ରୋଜଗାର ବହୁତ କମ୍‌। ଏହି ଯୋଜନା ଅନୁଯାୟୀ ଅଧିକତମ ରାଶି ଜମା କରି ୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରାପ୍ତ କରିପାରିବେ।

ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା କରିବାରେ ସର୍ତ୍ତ

ସୁକନ୍ୟା ସମୃଦ୍ଧି ଯୋଜନାର ଖାସିୟତ ହେଉଛି ଏଥିରେ କେବଳ ୧୪ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ। ୧୮ ବର୍ଷ ବୟସରେ ଆବଶ୍ୟକତା ପଡିବା ପରେ ବାପା-ମାଆ ୫୦% ରାଶି ଉଠାଇପାରିବେ। ସେହିପରି ଯଦି ଝିଅର ୨୧ ବର୍ଷ ବୟସ ପୂରିଯାଏ ତାହେଲେ ପରିପକ୍ୱତା ମୁଲ୍ୟ (ମ୍ୟାଚୁରିଟୀ) ରାଶି ମିଳିଥାଏ। ଆଜିର ତାରିଖରେ କେନ୍ଦ୍ର ସରକାର ଏହି ଯୋଜନାରେ ୭.୬ ପ୍ରତିଶତ ବାର୍ଷିକ ସୁଧ ଦେଉଛନ୍ତି। ସବୁଠାରୁ ବଡ କଥା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନାରେ ନ୍ୟୁନତମ ୨୫୦ ଟଙ୍କା ଜମା କରାଯାଇପାରେ। ଜମା କରିବାର ଅଧିକତମ ରାଶି ଦେଢ଼ ଲକ୍ଷ ଟଙ୍କା ରହିଛି।

mother childଏହି ବୟସ ସୀମାର ଲୋକେ ନେଇପାରିବେ ଏହି ଯୋଜନା

ସୁକନ୍ୟା ସମୃଦ୍ଧି ଯୋଜନା ଅନୁଯାୟୀ ଝିଅର ବୟସ ୧ ବର୍ଷରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି। ଯୋଜନାର ଖାସିୟତ ହେଉଛି ଏଥିରେ ସୁଧ ଦର ପ୍ରତି ତିନି ମାସରେ ରିଭାଇଜ୍‌ କରାଯାଇଥାଏ। ଏହି ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ୮୦ସି ଅନୁଯାୟୀ ଇନକମ୍‌ ଟ୍ୟାକ୍ସରେ ରିହାତି ପ୍ରଦାନ କରାଯାଇଥାଏ। ଏହାସହିତ ହିଁ ୧୮ ବର୍ଷ ବୟସରେ ୫୦% ଧନରାଶି ବାହାର କରିବାରେ ମଧ୍ୟ ସୁବିଧା ଏହି ଯୋଜନାରେ ଦିଆଯାଉଛି।

ଯୋଜନାରେ ଜରୁରୀ ଦସ୍ତାବିଜ୍‌

ସୁକନ୍ୟା ସମୃଦ୍ଧି ଯୋଜାନରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ପୋଷ୍ଟ ଅଫିସରେ ସମ୍ପର୍କ କରିବାକୁ ପଡିବ। ଯୋଜନା ଅନ୍ତର୍ଗତ ଏହି ଯୋଜାନାରେ ଆକାଉଣ୍ଟ ଖୋଲିବା ପାଇଁ ଜନ୍ମ ପ୍ରମାଣ ପତ୍ର, ମାତା-ପିତାଙ୍କ ଆଧାର, ତିନୋଟି ଫଟୋ ଆବଶ୍ୟକ ପଡିଥାଏ।