ରେଟ୍ରୋ ଥିମ୍‌ରେ ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଲୁକ୍‌, ରିଲିଜ ହେଲା ଫିଲ୍ମ ‘ବେଲ୍‌ ବଟମ୍‌’ର ପ୍ରଥମ ଟିଜର

ସ୍କଟଲାଣ୍ଡରେ ସୁଟିଂ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମ। ଯାହାର ପ୍ରଥମ ଟିଜର ସାମ୍ନାକୁ ଆସିଛି। ଏହି ଟିଜର ଦେଖିଲେ ଆପଣଙ୍କୁ ୮୦ ଦଶକର ସ୍ମୃତି ନିଶ୍ଚିତ ମନେ ପଡିଯିବ। ଏହି ଟିଜରରେ ଅକ୍ଷୟ କୁମାର ସୁଟ୍‌ବୁଟରେ ନଜର ଆସିଛନ୍ତି।

ଏହି ଫିଲ୍ମରେ ରେଟ୍ରୋ ସ୍ପାଇ ଥ୍ରୀଲର ଡ୍ରାମା ଦେଖିବାକୁ ମିଳିବ। ଯାହା ଟିଜରରୁ ଜଣାପଡିଛି। ୩୦ ସେକେଣ୍ଡର ଏହି ଟିଜରରେ ଅକ୍ଷୟ କୁମାର ବେଲ ବଟମ ପ୍ୟାଣ୍ଟ ପିନ୍ଧି ଏକ ବିମାନରୁ ବାହାରୁଥିବା ନଜର ଆସିଛନ୍ତି। ଏହା ପରେ ପୁଣି ଏକ ନୂଆ ଅବତାରରେ ସେ ଜାହଜ ଉପରେ ଥିବା ନଜର ଆସିଛନ୍ତି। ଏହି ଟିଜରରେ ଅକ୍ଷୟ କୁମାରଙ୍କ ଛଡା ଆଉ କାହାକୁ ଦେଖିବାକୁ ମିଳିନାହିଁ।


ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ RAW ଏଜେଣ୍ଟ ଭାବେ ନଜର ଆସିବେ। ଏହି ଫିଲ୍ମକୁ ଅସୀମ ଅରୋଡା, ପରବିଜ ଶେଖ ଲେଖିଛନ୍ତି। ଅକ୍ଷୟଙ୍କ ସହିତ ଏଥିରେ ବାଣୀ କପୁର, ହୁମା କ୍ୟୁରେଶୀ ଏବଂ ଲାରା ଦତ୍ତଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ରଂଜିତ ଏକ ତିଓ୍ଵାରୀ ଦେଇଛନ୍ତି। ଫିଲ୍ମଟି ଆସନ୍ତା ଏପ୍ରିଲରେ ରିଲିଜ ହେବାର ରହିଛି।