ଦେଶର ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସିର ଖବର, ବାର୍ଷିକ ପେନ୍‌ସନରେ ମିଳିପାରେ ଲାଭ

ଦେଶର ୬୫ ଲକ୍ଷ ପେନ୍‌ସନ ଅଧିକାରୀଙ୍କ ପାଇଁ ସରକାର ନେଇ ଆସିଛନ୍ତି ଏକ ଖୁସି ଖବର। ଖୁବ ଶୀଘ୍ର ଏମାନଙ୍କର ବାର୍ଷିକ ପେନ୍‌ସନରେ ଲାଭ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ସହିତ କର୍ମଚାରୀ ଭବିଷ୍ୟ ସଂଗଠନ ବା EPFO ଏହି ସମ୍ବନ୍ଧରେ କିଛି ଭଲ ବ୍ୟବସ୍ଥା କରିବ। ଏନେଇ ଶ୍ରମ ମନ୍ତ୍ରାଳୟକୁ ବିଜେପି ତରଫରୁ ଏକ ପ୍ରସ୍ତାବ ପଠାଯାଇଛି ଯାହାଦ୍ୱାରା କର୍ମଚାରୀ ପେନ୍‌ସନ ଯୋଜନା ଅର୍ନ୍ତଭୁକ୍ତ ସମସ୍ତ ପେନସନ ଉପଭୋକ୍ତାଙ୍କର ମାସିକ ପେନ୍‌ସନ ରାଶିକୁ ବୃଦ୍ଧି କରାଯିବ। ତେବେ ପେନ୍‌ସନ ଭୋଗୀ ମହଙ୍ଗା ଭତ୍ତା ସହିତ ମୂଳ ପେନ୍‌ସନ କୁ ମାସିକ ୭୫୦୦ ଟଙ୍କା କରିବା ଏବଂ ପେନ୍‌ସନ ଉପଭୋକ୍ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ଅନେକ ପୂର୍ବରୁ ପ୍ରସ୍ତାବ ଦିଆଯାଇଛି ବୋଲି EPS-95 ରାଷ୍ଟ୍ରିୟ ସଂର୍ଘଷ ସମିତି ବା NAC ସୂଚନା ଦେଇଛି।୩୦ ବର୍ଷ କାମ କରି ପେନ୍‌ସନ ଫଣ୍ଡରେ ଯୋଗଦାନ ଦେବା ପରେ ମଧ୍ୟ କର୍ମଚାରୀଙ୍କୁ ୨୫୦୦ ଟଙ୍କାର ମାସିକ ପେନ୍‌ସନ ମିଳୁଛି ବୋଲି EPS 95 ଏନଏସିର ଅଧକ୍ଷ ଅଶୋକ ରାଉତ କହିଛନ୍ତି।

କର୍ମଚାରୀ ପେନ୍‌ସନ ଯୋଜନା EPF-95 ର ଅର୍ନ୍ତଭୁକ୍ତ ସମସ୍ତ କର୍ମଚାରୀଙ୍କ ନିଜ ମୂଳ ବେତନର ୧୨ ପ୍ରତିଶତ ଅଂଶ ଭବିଷ୍ୟ ନିଧି ସଂଗଠନରେ ଜମା କରାଯାଇଥାଏ। ଅନ୍ୟପକ୍ଷରେ କମ୍ପାନୀ ନିଯୁକ୍ତିକରଙ୍କ ଠାରୁ କମ୍ପାନୀ ୮.୩୩ ପ୍ରତିଶତ ଅଂଶ ନେଇ EPS ରେ ଜମା କରିଥାଏ।ସେହିପରି ମଥୁରାର ସାଂସଦ ହେମା ମାଳିନୀ ମଧ୍ୟ ଏବାବଦରେ ଧ୍ୟାନ ଦେବାକୁ ଆବେଦନ କରିଛନ୍ତି।

money

ବୁଧବାର ଦିନ କ୍ଷତ୍ରିୟ ଭବିଷ୍ୟ ନିଧି କାର୍ଯ୍ୟାଳୟର କ୍ଷତ୍ରିୟ ଆୟୁକ୍ତ ଉପେନ୍ଦ୍ର ପ୍ରତାପ ସିଂହ ଏବଂ ପିଛଲା ବର୍ଗ ଆୟୋଗର ସଦସ୍ୟ କୋଶଳେନ୍ଦ୍ର ସିଂହ ଉଭୟେ ମିଶି ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପେନ୍‌ସନ ଯୋଜନାର ଆରମ୍ଭ କରାଯାଇଛି। ଏହି ଯୋଜନା ମୁତାବକ କର୍ମଚାରୀ ରିଟାଏଡ ହେବା ଦିନ ଠାରୁ ତାଙ୍କ ପେନ୍‌ସନ ଯୋଜନା ପ୍ରସ୍ତୁତ ହେବ ଏବଂ ମାସର ପ୍ରଥମ ତାରିଖରେ ଉପଭୋକ୍ତାଙ୍କ ଖାତାକୁ ପେନ୍‌ସନ ରାଶି ଆସିଯିବ।

ବିପିଏଲ କ୍ୟାଟାଗୋରିରେ ଥିବା ବ୍ୟକ୍ତିଙ୍କୁ ପେନ୍‌ସନର ଲାଭ ମିଳିବ ବୋଲି ଜାମତାଡାର ସିଓ ସୂଚନା ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ବୃଦ୍ଧା ପେନ୍‌ସନ, ବିଧବା ପେନ୍‌ସନ, ବିକଳାଙ୍ଗ ପେନ୍‌ସନ ସହିତ ରାଜ୍ୟ ବିଧବା ପେନ୍‌ସନ ଏଥିରେ ସାମିଲ ରହିଛି। ତେବେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ବୃଦ୍ଧା ପେନ୍‌ସନର ଲକ୍ଷ ୭୧୦ ହୋଇଥିବା ବେଳେ ୫୬୦ ଲୋକଙ୍କୁ ଏହାର ଲାଭ ମିଳୁଛି। ସେହିପରି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ବିକଳାଙ୍ଗ ପେନ୍‌ସନର ଲକ୍ଷ ୨୧ ହୋଇଥିବା ବେଳେ ୧୭ ଜଣଙ୍କୁ ପେନ୍‌ସନ ମିଳୁଛି । ଏହିଭଳି ସମସ୍ତ ପେନ୍‌ସନ ଯୋଜନାକୁ ମିଶାଇଲେ ମିହିଜମ୍‌ ପାଇଁ ୧୭୫ଟି ପଦବୀ ରହିଛି ଯାହା ମଧ୍ୟରୁ ୬୬ଟି ଆବେଦନ ଜୋନାଲ ଅଫିସରେ ପୂର୍ବରୁ ଦାଖଲ କରାଯାଇଛି।