Below header

ଭାରତୀୟଙ୍କୁ ମିଳୁଛି ମାଗଣାରେ YouTube ପ୍ରିମିୟମ୍‌ ମେମ୍ବରସିପ୍‌, ଜଲଦି ଉଠାନ୍ତୁ ଫାଇଦା

ଆପଣ ମାଗଣାରେ ପାଇବେ ୟୁଟ୍ୟୁବ ପ୍ରିମିୟମ୍‌ ମେମ୍ବରସିପ୍‌। ଯଦି ଆପଣ ଜଣେ ଭାରତୀୟ ତାହେଲେ ଆପଣ ପାଇପାରିବେ ୟୁଟ୍ୟୁବ୍‌ ପ୍ରିମିୟମ୍‌ ମେମ୍ବରସିପ୍‌ ତାହା ପୁଣି ଏକଦମ୍‌ ଫ୍ରୀରେ। ତିନି ମାସ ପର୍ଯ୍ୟନ୍ତ ଆପଣ ମାଗଣାରେ ପାଇପାରିବେ ୟୁଟ୍ୟୁବ ପ୍ରିମିୟମ୍‌। Xiaomi ୟୁଜର୍ସଙ୍କ ପାଇଁ ଆଣିଛି ଖୁସି ଖବର। ସାଓମି ନିଜର କିଛି ଡିଭାଇସ ସହିତ ୟୁଟ୍ୟୁବ୍‌ ପ୍ରିମିୟମ୍‌ ଏକ୍ସଟେଣ୍ଡେଡ୍‌ ଫ୍ରୀ ଟ୍ରାଏଲ ଦେଉଛି। Xiaomi ନୂଆ ପ୍ରମୋସନାଲ ଅଫରର ଘୋଷଣା କରିଛି, ଯେଉଁଥିରେ ୟୁଜର୍ସଙ୍କୁ କିଛି ସିଲେକ୍ଟେଡ ସ୍ମାର୍ଟଫୋନ କ୍ରୟ ଉପରେ ୟୁଟ୍ୟୁବ୍‌ ପ୍ରିମିୟମ ସବସ୍କ୍ରିପସନ୍‌ ଦେଉଛି। ଏହି ଅଫର ଉଭୟ ରେଡମି ଏବଂ ଏମଆଇ ଫୋନ ପାଇଁ ରହିଛି। ୟୁଜର୍ସଙ୍କ ସିଲେକଟେଡ୍‌ ଫୋନ୍‌ କିଣିବା ଉପରେ ସେମାନଙ୍କୁ ୟୁଟ୍ୟୁବ୍‌ ପ୍ରିମିୟମ୍‌ ଅଫରକୁ ରିଡିମ୍‌ କରିବାକୁ ହେବ। ଏହି ସୁବିଧାର ଭ୍ୟାଲିଡିଟୀ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଟ୍ଵିଟର ଜରିଆରେ ଏହା କନଫର୍ମ କରିଛି ଯେ ଗ୍ରାହକ ୟୁଟ୍ୟୁବ୍‌ ପ୍ରିମିୟମକୁ ତିନି ମାସ ପର୍ଯ୍ୟନ୍ତ ବିନା କୌଣସି ଶୁଳ୍କ ଦେଇ ଦେଖିପାରିବେ। ସବୁଠୁ ବଢ଼ିଆ କଥା ହେଉଛି ୟୁଟ୍ୟୁବ ପ୍ରିମିୟମ ପୂର୍ବରୁ ହିଁ ତିନି ମାସର ଫ୍ରି ଟ୍ରାଏଲ ପାଇଁ ଉପଲବ୍ଧ ରହିଛି ଏବଂ ସାଓମିର ଏହି ଅଫର ପରେ ଗ୍ରାହକଙ୍କୁ ଏହି ସର୍ଭିସକୁ ଅଧିକ ସମୟ ପାଇଁ ବ୍ୟବହାର କରିବାର ସୁଯୋଗ ମିଳିବ।

youtube1ଯଦି ଆପଣଙ୍କୁ ବି ଏହି ଅଫର ପସନ୍ଦ ତାହେଲେ ଜାଣନ୍ତୁ କେଉଁ ଫୋନ୍‌ ସହିତ ଏହି ଅଫର ଦିଆଯାଉଛି। ଗ୍ରାହକଙ୍କୁ ସାଓମିର Xiaomi 12 Pro, Xiaomi 11i, Xiaomi 11i Hypercharge, ଏବଂ Xiaomi 11T Pro ସହିତ ତିନି ମାସ ପାଇଁ ଫ୍ରି ସବସ୍କ୍ରିପସନ୍‌ ଦିଆଯାଉଛି। ସେହିପରି ଯଦି ଆପଣ Xiaomi Pad 5, Redmi Note 11 Pro+, Redmi Note 11 Pro, Redmi Note 11, Redmi Note 11T, ଏବଂ Redmi Note 11S କିଣିଛନ୍ତି ତାହେଲେ ଆପଣଙ୍କୁ ଦୁଇ ମାସ ପାଇଁ ୟୁଟ୍ୟୁବ୍‌ ପ୍ରିମିୟମ୍‌ ସବସ୍କ୍ରିପସନର ଫ୍ରି ଆକସେସ୍‌ ଦିଆଯିବ।

ତେବେ ଆସନ୍ତୁ ଜାଣିବା କେମିତି ମିଳିବ ଆପଣଙ୍କୁ ଏହି ସୁବିଧା

Xiaomi ଜଣାଇଛି ଯେ ଏହି ଅଫର ୧ ଫେବୃୟାରୀ ୨୦୨୨ ପରେ ଆକ୍ଟିଭେଟ୍‌ କରାଯାଇଥିବା ଡିଭାଇସରେ ଉପଲବ୍ଧ ହେବ। ୟୁଟ୍ୟୁବ୍‌ ପ୍ରିମିୟମର ଫ୍ରି ଟ୍ରାଏଲର ଲାଭ ଉଠାଇବା ପାଇଁ ଆପଣ କିଣିଥିବା ଏଲିଜିବଲ ଫୋନରେ ୟୁଟ୍ୟୁବ୍‌ ଆପ୍‌ ଖୋଲନ୍ତୁ। ଏହାପରେ ଗ୍ରାହକ ଅଫରର ଫାଇଦା ଉଠାଇବା ପାଇଁ ସ୍କ୍ରୀନ୍‌ ଉପରେ ଦେଖାଯାଉଥିବା ନିର୍ଦ୍ଦେଶକୁ ପାଳନ କରିପାରିବେ ଏବଂ ରିଡିମ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.