ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଜୁଲାଇ ୧୮ରେ ଭୋଟ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ତାରିଖ ଘୋଷଣା  କଲେ ମୁଖ୍ୟ ନିର୍ବାଚନ କମିଶନ । ଜୁଲାଇ ୨୪ ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ କରିବା ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଜୁଲାଇ ୨୧ରେ ଭୋଟ ଗଣତି । ଏହି ନିର୍ବାଚନ ନେଇ ଜୁନ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଜୁନ ୨୯ରେ ନାମାଙ୍କନ ଦାଖଲର ଶେଷ ଦିନ। ଜୁନ ୩୦ରେ ନାମାଙ୍କନ ଯାଞ୍ଚ ହେବ।

କୋବିନ୍ଦଙ୍କ ପରେ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ?  ପ୍ରାର୍ଥୀ ଚୟନ କସରତ ଜୋରଦାର ହେବ । ଏନ୍‌ଡିଏ ଓ ବିଜେପି ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ, ତାଉପରେ ନଜର ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟକ ନମ୍ବର ଏନଡିଏ ପାଖରେ ନାହିଁ । ବିଜେପି ଓ ସହଯୋଗୀ ଦଳଗୁଡ଼ିକର ୪୮.୯ ପ୍ରତିଶତ ଭୋଟ୍‌ ରହିଛି । ଅଣ-ଏନଡିଏ ଦଳଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ୍‌ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨ ପ୍ରତିଶତ କମ୍‌ ଭୋଟ୍‌ ରହିଛି ।

କଂଗ୍ରେସ ପାଖରେ ୨୧.୯% ଭୋଟ୍‌ ଥିବା ବେଳେ ଅନ୍ୟ ବିଜେପି ବିରୋଧୀ ଦଳଗୁଡ଼ିକ ପାଖରେ ରହିଛି ୧୯.୭ ପ୍ରତିଶତ ଭୋଟ୍‌ । ଆଉ କିଛି ଆଞ୍ଚଳିକ ଦଳ ପାଖରେ ରହିଛି ୯. ୫ ପ୍ରତିଶତ ଭୋଟ୍‌ । ଏଭଳି ସ୍ଥିତିରେ ନିର୍ଣ୍ଣାୟକ ଭୂମିକାରେ ନିଭାଇବେ ବିଜେଡି, ଓ୍ଵାଇଏସଆର କଂଗ୍ରେସ ଓ ଟିଆରଏସ୍‌ । ଏମାନଙ୍କ ମଧ୍ୟରୁ କିଛି ଦଳ ବିଜେପିକୁ ସମର୍ଥନ ଦେଇପାରନ୍ତି । ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରାର୍ଥୀ ଦେଖି ବିଜେଡି ସମର୍ଥନ ଜଣାଇବ ବୋଲି ପୂର୍ବରୁ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟଟ୍ନାୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.