କୋଷ୍ଠକାଠିନ୍ୟ ଦୂର କରିବା ସହିତ ଏହି ଗୋଟିଏ ଖାଦ୍ୟ ହ୍ରାସ କରିବ ଆପଣଙ୍କ ଓଜନ

ନିଜର ଓଜନ କମାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଣାଳୀ ଆପଣାଇଥାନ୍ତି, ହେଲେ ବର୍ତମାନ ଆପଣ କେବଳ ଗୋଟିଏ ଜିନିଷ ଖାଇବା ଦ୍ୱାରା ନିଜର ଓଜନ ହ୍ରାସ କରିପାରିବେ। କେବଳ ଓଜନ ନୁହେଁ ଆପଣ କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ପାଇବେ। ଓଜନ ହ୍ରାସ ପାଇଁ ଇସାବାଗଲ୍ ଅର୍ଥାତ ଭୁଷି ପିଇପାରିବେ। ଏହାକୁ ପିଇବା ଦ୍ୱାରା ମୋଟାପଣ ହ୍ରାସ କରିବା ସହଜ ହେବ । କେବଳ ଏହାକୁ ପିଇବା ଦ୍ଵାରା ନୁହେଁ ଆପଣଙ୍କୁ ଏଥିପାଇଁ ଅନେକ ସୁସ୍ଥ ଖାଦ୍ୟ ଗ୍ରହଣ କରିବାକୁ ପଡିବ। ଓଜନ କମାଇବା ପାଇଁ ଏହି ଭୁଷି ହେଉଛି ସବୁଠାରୁ ଭଲ ଖାଦ୍ୟ। ଯଦି ଆପଣ ବଢ଼ୁଥିବା ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ ହିଁ ସହଜ ଉପାୟ ଗ୍ରହଣ କରି ଏହି ଭୁଷି ପାଣି ପିଇ ନିଜର ଓଜନ ହ୍ରାସ କରିପାରିବ।

isabgol
picture credit- PGmall

ତେବେ ଏହାକୁ ଆପଣ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ନେବା ଉଚିତ୍। ଅର୍ଥାତ୍ ଏହାକୁ ସକାଳ ସମୟରେ ଖାଇବା ଦରକାର ଓ ଏହା ସହିତ ଦିନକୁ ପ୍ରାୟ ୨ ରୁ ୩ ଥର ପିଇବା ଉଚିତ୍। ଇସବଗୋଲରେ କ୍ୟାଲୋରୀ ବହୁତ କମ୍ ପରିମାଣରେ ମିଳିଥାଏ, ଯଦିଓ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ଭୋକ ଲାଗେ ନାହିଁ କାରଣ ପେଟ ଫୁଲ୍ ଅନୁଭବ ହୁଏ, ଯଦି ଆପଣ ପ୍ରତିଦିନ ସକାଳେ ଜଳଖିଆ ପାଇଁ ଏହାକୁ ଖାଆନ୍ତି ତେବେ ଓଜନ ଶୀଘ୍ର ହ୍ରାସ ପାଇବ ଏବଂ ପେଟର ଚର୍ବି ମଧ୍ୟ ହ୍ରାସ ପାଇବ। ତେବେ ସକାଳୁ ପ୍ରଥମେ ଆପଣ ଏହି ଭୁଷି ପାଣି ପିଅନ୍ତୁ। ଏହା ପିଇବାର ୧ ଘଣ୍ଟା କିମ୍ୱା ୨ ଘଣ୍ଟା ପରେ ହିଁ କିଛି ଖାଦ୍ୟ ଖାଇପାରିବେ।

ଏହା କେବଳ ମୋଟାପଣ ନୁହେଁ କୋଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ଦୂର କରିବ। ଇସାବଗୋଲରେ ଫାଇବର ଭରପୂର ମାତ୍ରାରେ ରହିଥାଏ, ଯାହା ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟାରୁ ମୁକ୍ତି ପାଇଥାଏ ଏବଂ ପେଟ ସମସ୍ୟା ଦୂର କରିଥାଏ। ଏହା ମଧ୍ୟ ଖାଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରିଥାଏ। ଆପଣ ପାଣି କିମ୍ବା କୌଣସି ଜୁସ୍ ସହିତ ଭୁଷି ବା ଇସାବଗୋଲ ମିଶାଇ ପିଇପାରିବେ। କିଛି ଲୋକ ଏହାର ସିରପ ପ୍ରସ୍ତୁତ କରି ଏହାକୁ ପିଅନ୍ତି। ଯଦି ୨ ଚାମଚ ଇସାବାଗୋଲକୁ ପାଣିରେ ମିଶାଇ ଦିଆଯାଏ, ତେବେ ଏହା ଗ୍ଲାସରେ ଫୁଲ୍ ହୋଇଯାଏ। ସାଧାରଣତ ଲୋକମାନେ ଏହାକୁ ସକାଳେ ଖାଲି ପେଟରେ ପିଅନ୍ତି, କିନ୍ତୁ ଏହାକୁ ଦିନକୁ ଦୁଇଥର ପିଇବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.