ମୋହନା : ଘରେ ପଶି ମହିଳାଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ମୋହନା (କେ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ପ୍ରମୋଦ ସାହୁଙ୍କ ଘରେ କେହି ଜଣେ କଳାମୁଖା ପିନ୍ଧା ଦୁବୃର୍ତ୍ତ ପଶି ଘରେ ରୋଷେଇ କରୁଥିବା ମହିଳା ପଦ୍ମା ପାତ୍ରଙ୍କୁ ଆକ୍ରମଣ କରିଛି। ଦୁବୃର୍ତ୍ତ ଜଣକ ପ୍ରଥମେ ଆଲମାରୀ ଚାବି ମାଗିବା ସହ ରୋଷେୟା ପଦ୍ମାଙ୍କୁ ଆକ୍ରମଣ କରିଥିଲା। ସେତେବେଳେ ପ୍ରମୋଦ ଏବଂ ତାଙ୍କ ସ୍ତ୍ରୀ ଉପର ମହଲାରେ ଥିଲେ। ଆକ୍ରମଣ କରିବା ପରେ ଦୁବୃର୍ତ୍ତ ଜଣକ ତୁରନ୍ତ ସେଠାରୁ ପଳାଇ ଯାଇଥିଲା । ଆକ୍ରମଣରେ ଗୁରୁତର ପଦ୍ମାଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ମୋହନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପଦ୍ମାଙ୍କୁ ଦୁବୃର୍ତ୍ତ ଜଣକ ଛୁରୀରେ ଆକ୍ରମଣ କରିଥିବା ବେଳେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି।

 

Leave A Reply

Your email address will not be published.