ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ଓଡିଶାର ପୋଲିସ ଓ ପରିବହନ ବିଭାଗ

କଟକ (କେ ନ୍ୟୁଜ୍‌) : ସଂଶୋଧିତ ମୋଟର ଯାନ ଆଇନ ରାଜ୍ୟରେ ଲାଗୁ ହେବା ପରେ ରାଜରାସ୍ତାରେ ପରିବହନ ବିଭାଗ ଓ ପୋଲିସ ବିଭାଗ କର୍ମଚାରୀଙ୍କ ଜୁଲମ ବଢିଛି ବୋଲି ଅଭିଯୋଗ କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନସପୋର୍ଟ କଂଗ୍ରେସ। ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡଗରୀଙ୍କୁ ଚଳିତ ମାସରେ ଭେଟିବ ଅଲ ଇଣ୍ଡିଆ ମୋଟର ଟ୍ରାନସପୋର୍ଟ କଂଗ୍ରେସ। ଏହା ସହ ଆସନ୍ତା ଏପ୍ରିଲ ମାସରେ ଭୁବନେଶ୍ୱରରେ ଏକ କନଭେନସନ କରାଯିବାର ଯୋଜନା ରହିଛି। ଯେଉଁ କନଭେନସନରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯେଗଦେବେ। ରାଜ୍ୟରେ ପୋଲିସ କର୍ମଚାରୀ ଓ ପରିବହନ କର୍ମଚାରୀ ଚେକିଙ୍ଗ ଆଳରେ ଜାତୀୟ ରାଜପଥ ଉପରୁ ଟ୍ରକ୍‌ ରୁ ପଇସା ଆଦାୟ କରିବାରେ ବ୍ୟସ୍ତ ରହୁଛନ୍ତି। ତୁରନ୍ତ ଏ ସବୁ ବନ୍ଦ ନହେଲେ ଆଗାମୀ ଦିନରେ ଟ୍ରକ ଚଳାଚଳ ବନ୍ଦ କରିବାକୁ ସଂଘ ବାଧ୍ୟ ହେବ ବୋଲି ଧମକ ଦିଆଯାଇଛି। ଏହାସହ ମୋଟର ଟ୍ରାନସପୋର୍ଟ କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ମାଲିକମାନଙ୍କୁ ସର୍ବସ୍ୱାନ୍ତ କରିଥିବା କହିଛି ସଂଘ। ବାରମ୍ବାର ଦାବି ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛି ଅଲ ଇଣ୍ଡିଆ ମୋଟର ଟ୍ରାନସପୋର୍ଟ କଂଗ୍ରେସ।

 

 

 

 

Leave A Reply

Your email address will not be published.