କରୋନା ଭାଇରସ ଉପରେ ଭାରତର ବଡ଼ ଜିତ, ସୁସ୍ଥ ହେଲେ କେରଳର ସମସ୍ତ କରୋନା ଆକ୍ରାନ୍ତ ରୋଗୀ

ଚୀନ ସମେତ ସାରା ଦୁନିଆରେ ବର୍ତ୍ତମାନ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଯଦିଓ ଭାରତ ବର୍ତ୍ତମାନ କରୋନା ଭାଇରସ ଉପରେ ଏକ ବଡ଼ ସଫଳତା ହାସିଲ କରିଛି । କରୋନା ଭାଇରସ ସଂକ୍ରମିତ ତିନିଜଣ ଭାରତୀୟ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ କେରଳରେ କରୋନା ଭାଇରସ ସଂକ୍ରମିତ ତୃତୀୟ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି ।

कोरोना वायरस से चीन में 1665 लोगों की मौत हो गई है (फाइल फोटो-PTI)

ଏହା ପୂର୍ବରୁ କେରଳର ଦୁଇ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ଦେଖି ତାଙ୍କୁ ହସ୍ପିଟାଲରୁ ଛୁଟି ଦେଇ ଦିଆଯାଇଥିଲା । ତେବେ ଚୀନରେ କରୋନାଭାଇରସ କାରଣରୁ ରବିବାର ପୁଣି ୧୪୨ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାଦ୍ୱାରା ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୭୮୦ରେ ପହଂଚିଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଚୀନରେ ସମୁଦାୟ ୭୧୩୩୦ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୧୦୯୭୩ ଜଣ ସୁସ୍ଥ ହୋଇଯାଇଛନ୍ତି ।

ଚୀନରେ କରୋନା ଭାଇରସ ବଢୁଥିବା ଦେଖି ଭାରତ ଏଠାରୁ ଚିକିତ୍ସା ସାମଗ୍ରୀ ପଠାଇବ ବୋଲି ଚୀନରେ ଭାରତର ରାଜଦୂତ ବିକ୍ରମ ମିସ୍ତ୍ରୀ ଟୁଇଟ କରି କହିଛନ୍ତି । ଚୀନର ଏଭଳି ଅସୁବିଧା ସମୟରେ ଭାରତ ସାହାଯ୍ୟର ହାତ ବଢାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.