Below header

McDonald’s ର ଚିକେନ୍‌ ବର୍ଗର ଖାଉଥିଲେ ମହିଳା, ପାଟିକୁ ନେବା ବେଳେ ସେଥିରୁ ବାହାରିଲା….

ସମୟ ଅଭାବରୁ ଆମେମାନେ ପ୍ରାୟତଃ ବାହାରୁ ଖାଇବା କିଣି ଖାଇଥାଉ। ବିନା ପରିଶ୍ରମରେ ତଥା ସୁଲଭ ମୂଲ୍ୟରେ ହାତ ପାହାନ୍ତାରେ ଖାଦ୍ୟ ମିଳିଯାଉଥିବାରୁ କର୍ମଜୀବୀମାନେ ଅଧିକାଂଶ ସମୟ ବାହାରୁ ମଗେଇ ଖାଇଥାନ୍ତି। କିନ୍ତୁ ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି।

Image result for McDonald's

ରିପୋର୍ଟ ମୁତାବକ, ଅଷ୍ଟ୍ରେଲିଆର ଜଣେ ମହିଳା ମ୍ୟାକ୍‌ଡୋନାଲ୍ଡରୁ ଏକ ଚିକେନ୍‌ ବର୍ଗର ଅର୍ଡର କରିଥିଲେ। କିନ୍ତୁ ବର୍ଗର ଖାଇବା ବେଳେ ତାଙ୍କ ଦାନ୍ତରେ ଏକ ଟାଣ ଜିନିଷ ବାଜିଥିଲା। ସେ ପ୍ରଥମେ ଏହାକୁ ଗୋଡ଼ି ଭାବିଥିଲେ କିନ୍ତୁ ପାଟିରୁ କାଢ଼ି ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାହା ଗୋଡ଼ି ନଥିଲା, ଥିଲା ଏକ ବଡ଼ ମେଟାଲ ରଡ୍‌।

burger3

ଏନେଇ ଏଡା ଟ୍ୟୁପା ନାମ୍ନୀ ମହିଳା ଜଣକ ଫେସ୍‌ବୁକ୍‌ରେ କହିବା ସହ ବର୍ଗରରୁ ରଡ୍‌ ବାହାରୁଥିବା ଫଟୋ ସେୟାର କରିଛନ୍ତି। ଫଟୋରେ ଏକ ଅଧା ଖିଆଯାଇଥିବା ବର୍ଗରରୁ ରଡ୍‌ ବାହାରିଥିବା ଦେଖିବାକୁ ମିଳିଛି। ପୋଷ୍ଟର କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘ଦେଖନ୍ତୁ ଚିକେନ୍‌ ଆଣ୍ଡ ଚିଜ୍‌ ବର୍ଗର ଭିତରୁ ମୋତେ କ’ଣ ମିଳିଲା। ମୋ ଦାନ୍ତ ପାଖାପାଖି ଭାଙ୍ଗିଯାଇଛି।’ ସେ କହିଛନ୍ତି ଯେ ତିନି ବର୍ଷର ଝିଆରୀକୁ ସେ ଏହି ବର୍ଗର ଦେବାକୁ ଯାଉଥିଲେ।

ସେ ଏନେଇ ମ୍ୟାକ୍‌ଡୋନାଲ୍ଡର ଆଉଟଲେଟ୍‌ରେ ଅଭିଯୋଗ କରିବା ପରେ ମ୍ୟାନେଜର ତାଙ୍କ ଟଙ୍କା ଫେରସ୍ତ କରିବା ସହ ଆଉ ଏକ ବର୍ଗର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ମ୍ୟାକ୍‌ଡୋନାଲ୍ଡର ଅଧିବକ୍ତା କହିଛନ୍ତି ଯେ ଏହି ଘଟଣା ଯୋଗୁ ସେ ଦୁଃଖିତ ଓ ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.