Below header

ଚୀନରେ କରୋନା ସଂକ୍ରମିତ ୮୭ ବର୍ଷୀୟ ବୃଦ୍ଧଙ୍କୁ ବାହାରକୁ ଆଣି ସୂର୍ଯ୍ୟାସ୍ତ ଦେଖାଇଲେ ହସ୍ପିଟାଲ ଡାକ୍ତର, ଫଟୋ ଭାଇରାଲ

ଚୀନର ବୁହାନ ସହରରେ ଥିବା ୟୁନି ହସ୍ପିଟାଲରୁ ଶନିବାର ଏକ ହୃଦୟସ୍ପର୍ଶୀ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଜଣେ ଡାକ୍ତର ୮୭ ବର୍ଷୀୟ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଆଣି ସୂଯ୍ୟର୍ାସ୍ତ ଦେଖାଉଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଫଟୋଟି ଖୁବ୍‌ ଭାଇରାଲ ହେଉଛି। ଜଣେ ୟୁଜର ଲେଖିଛନ୍ତି, ‘ସତରେ! ମେଡିକାଲ କେୟାର ଓ୍ଵାର୍କର୍ସ ଆମର ହୀରା’। ଆଉ ଜଣେ ଲେଖିଛନ୍ତି, ‘ଆଶା ଅଛି, ଏହି ବୃଦ୍ଧ ରୋଗୀ ଜଲ୍‌ଦି ଠିକ୍‌ ହୋଇଯିବେ’। ଯଦିଓ ଏହା ପଯ୍ୟର୍ନ୍ତ ଜଣାପଡ଼ିନାହିଁ ଯେ ରୋଗୀ ଜଣକ ମହିଳା ନା ପୁରୁଷ, କିନ୍ତୁ ଫଟୋକୁ ଜଣେ ୟୁଜର @chenchenzh ଦୁଇଦିନ ପୂର୍ବରୁ ଶେୟାର କରିଥିଲେ।

s2

ବୁହାନର ହସ୍ପିଟାଲଗୁଡ଼ିକରେ ମେଡିକାଲ ଷ୍ଟାଫ୍‌ମାନେ କରୋନା ସଂକ୍ରମିତ ରୋଗୀଙ୍କୁ ଯଥାସମ୍ଭବ ପଜିଟିଭ ଏବଂ ଖୁସି ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। କେତେକ ଘରୋଇ ହସ୍ପିଟାଲରେ ଡ୍ୟାନ୍ସ ଏବଂ ବ୍ୟାୟାମ କ୍ଲାସ୍‌ ଚାଲୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ପୂର୍ବ ଚୀନର ଅନ୍‌ହୁଇରେ ମେଡିକାଲ ଆଣ୍ଟେଡାଣ୍ଟମାନେ ରୋଗୀ ସୁସ୍ଥ ହେବା ଖୁସିରେ ଡ୍ୟାନ୍ସ କରି ସେଲିବ୍ରେଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.