Below header

ଦୁଇ ପ୍ରେମିକାଙ୍କ ମଥାରେ ଭରିଥିଲେ ସିନ୍ଦୁର : ଏବେ ଜଣକ ସହିତ ଫେରାର ଆଉ ଜଣେ ଥାନାର ଦ୍ୱାରସ୍ଥ

ଗୋଟିଏ ବିବାହ ମଣ୍ଡପରେ ବର ଏକ ଏବଂ କନ୍ୟା ଦୁଇ। ଏମିତି ଏକ ବିବାହ ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଥିଲେ। ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। କିନ୍ତୁ ଏବେ ଏହି ଘଟଣାରେ ନୂଆ ମୋଡ ନେଇଛି। ଯୁବକ ଜଣକ ଦୁହିଁକୁ ବିବାହ କରିବା ପରେ ଚଉଠି ରାତିରେ ବିତେଇଥିଲେ। ଏହାପରେ ଜଣକୁ ଛାଡି ଆଉ ଜଣକ ସହିତ ଫେରାର ହୋଇଯାଇଛି। ଯାହାକୁ ନେଇ ସ୍ୱାମୀ ଛାଡି ଯାଇଥିବା ଯୁବକ ଜଣକ ବିରୋଧରେ ଯୁବତୀ ଜଣକ ଥାନାରେ କେସ୍‌ କରିଛନ୍ତି।

premika

ସୂଚନାଯୋଗ୍ୟ, ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସରେ ଅଭିଯୋଗ କଲେ । ଏହି ଘଟଣାରେ ପୋଲିସ୍ ଯୁବକକୁ ଗିରଫ ମଧ୍ୟ କରିଥିଲା । ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ ।

ଯେତେବେଳେ ଯୁବକ ଜଣକ ତାଙ୍କ ନୂତନ ପ୍ରେମିକାକୁ ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲେ, ସେଠାରେ ତାଙ୍କ ପୂର୍ବତନ ପ୍ରେମିକା ପହଞ୍ଚି ବେଶ୍ ଗଣ୍ଡଗୋଳ ହୋଇଥିଲା । ଶେଷରେ ହତଭାଗା ପ୍ରେମିକ ବାଧ୍ୟ ହୋଇ ସମସ୍ତଙ୍କ ସାମ୍ନାରେ ଦୁଇ ଯୁବତୀଙ୍କ ମଥାରେ ସିନ୍ଦୂର ଭରି ମଙ୍ଗଳ ସୂତ୍ର ପିନ୍ଧାଇ ବିବାହ କରିଥିଲେ। କିନ୍ତୁ ଏବେ ଯୁବତୀ ଜଣକକର୍ନଲଜଙ୍ଗ ଥାନାରେ ନିଜର ଫେରାର ପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.