କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାନ । ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ COVID-19 ପାଣ୍ଠିକୁ ଏହି ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ଅନ୍ୟମାନେ ମଧ୍ୟ ଦାନ କରିବାକୁ ଅପିଲ୍ କରିଛନ୍ତି ନବୀନ । ଏହାପରେ କିଛି ବିଧାୟକ ସେମାନଙ୍କ ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି ।