କରୋନା ସଙ୍କଟରେ ପ୍ରୋଭିଡେଣ୍ଟ ଫଣ୍ଡ ପାଇଁ ମିଳିବ ସୁବିଧା , ଶ୍ରମ ମନ୍ତ୍ରଣାଳୟ ଘୋଷଣା କଲା ଏହି ଯୋଜନା

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଶ୍ରମ ପ୍ରତିଷ୍ଠାନଗୁଡ଼ିକୁ କିଛି ସୁବିଧା ଦେବାକୁ ଘୋଷଣା କରିଛି ଶ୍ରମ ମନ୍ତ୍ରଣାଳୟ । ଏହାଛଡ଼ା କର୍ମଚାରୀଙ୍କ ପାଇଁ ନ୍ୟୁନତମ ପେନସନ୍‌ ଅର୍ଥ ୨ ହଜାର ଟଙ୍କା କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି ।

ଯଦି କେହି କମ୍ପାନୀ ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍‌)ରେ ନିଜ ଭାଗର ଅର୍ଥ ଜମା କରି ନପାରେ ତେବେ ତାକୁ ଦେବାକୁ ଥିବା ଜରିମାନା ଅର୍ଥ କ୍ଷମା କରିଦିଆଯିବ ବୋଲି ମନ୍ତ୍ରାଣାଳୟ ପକ୍ଷରୁ ପ୍ରକାଶ ପାଇଛି । ପୂର୍ବରୁ ଯଦି କୈାଣସି କମ୍ପାନୀ ଜଣେ କର୍ମଚାରୀର ପିଏଫ୍‌ ଜମା କରିବାରେ ବିଳମ୍ବ କରେ ତେବେ ତାକୁ ଦିନକୁ ଜମା ରାଶିର ୧୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଥିଲା ।

ଏହାଛଡ଼ା କୈାଣସି କର୍ମଚାରୀ ମେଡିକାଲ କାର୍ଯ୍ୟ ପାଇଁ ପିଏଫ୍‌ ଆବଶ୍ୟକ କରୁଥିଲେ ତାଙ୍କର ପିଏଫ୍‌ ଅର୍ଥ ତତ୍କାଳ ଦିଆଯିବ । ଚାକିରି ଗଲେ କିମ୍ବା ସଂସ୍ଥା ବନ୍ଦ ହୋଇଗଲେ କର୍ମଚାରୀ ପାଇଁ ପିଏଫ୍‌ କାଢ଼ିବା ସୁବିଧା କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି ।

ଫଳରେ ଚାକିରି ଗଲେ ଜଣେ କର୍ମଚାରୀର ପିଏଫ୍‌ ଅର୍ଥ ତାର କାମରେ ଲାଗି ପାରିବ । କରୋନାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ଆଗକୁ ଶ୍ରମ ମନ୍ତ୍ରଣାଳୟ କିଛି ଘୋଷଣା କରିପାରେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.