କାଶ ଥଣ୍ଡା ହେଉଥିଲେ ଆଦୌ ଡରନ୍ତୁନି, ଘରେ ବସି ମୋବାଇଲରେ ଜାଣନ୍ତୁ ଆପଣଙ୍କୁ କରୋନା ହୋଇଛି କି ନାହିଁ

କରୋନା ଭାଇରସ ଯୋଗୁ ବଢ଼ୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଭଳି ସହରରେ କର୍ଫ୍ୟୁ ଲଗାଇଦିଆଯାଇଛି। ଭାରତରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦୦ ଟପିସାରିଲାଣି। ଏଣୁ ସଂକ୍ରମଣ ଯେଭଳି ଆଉ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରିଛି, ଯାହା ଭାରତ ଇତିହାସରେ ପ୍ରଥମ। ତେବେ କରୋନାକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ବହୁ ପ୍ରଶ୍ନ ରହିଛି, କରୋନାକୁ ଚିହ୍ନିବାକୁ ନେଇ ଲୋକେ ଦ୍ବନ୍ଦ୍ୱ ରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ଘରେ ବସି ମୋବାଇଲ ମାଧ୍ୟମରେ କରୋନା ଭାଇରସକୁ ଚିହ୍ନିବା ଉପାୟ…

  • ଆପୋଲୋ ହସ୍ପିଟାଲ କରୋନା ଭାଇରସକୁ ନେଇ ଏକ ୱେବସାଇଟ ଲଞ୍ଚ କରିଛି। ଏହାର ନାଁ ରହିଛି https://covid.apollo247.com/ । ଏହି ୱେବସାଇଟକୁ ଓପନ କରିବା ପରେ ପ୍ରଥମେ ଆପଣଙ୍କ ବୟସ ପଚରାଯିବ।

corona

  • ଏହା ପରେ ଆପଣ ମହିଳା କି ପୁରୁଷ ପଚରାଯିବ। ଏହା ପରେ ଆପଣଙ୍କୁ ନିଜ ଶରୀରର ତାପମାତ୍ରା କେତେ ତାହା ଲେଖିବାକୁ ପଡ଼ିବ।
  • ଏସବୁ ସୂଚନା ଦେବା ପରେ ଆପଣଙ୍କୁ କାଶ, କଫ, ଥକାପଣ ଓ ତଣ୍ଟିରେ ଯନ୍ତ୍ରଣା ହେଉଛି କି ନାହିଁ ପ୍ରଶ୍ନ କରାଯିବ।

appolo

  • ଏସବୁ ପ୍ରଶ୍ନର ଉତ୍ତର ଦେବା ପରେ ଆପଣ କହିଥିବା ଲକ୍ଷଣ ଆଧାରରେ ଆପଣଙ୍କୁ କରୋନା ହୋଇଛି କି ସାଧାରଣ ଥଣ୍ଡା କାଶ ହେଉଛି ସେ ନେଇ ଡାକ୍ତର ସୂଚନା ଦେବେ।

appolo2

  • ଏଥିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ବିକଳ୍ପ ମଧ୍ୟ ମିଳିବ। ଫଳରେ ଘରେ ବସି କରୋନା ହୋଇଛି କି ନାହିଁ ଜାଣିପାରିବେ। ଏହି ୱେବସାଇଟ ଶରୀରର ଲକ୍ଷଣ ଦେଖି ଆପଣଙ୍କୁ କରୋନା ହୋଇଛି କି ନାହିଁ ସେ ନେଇ ସୂଚନା ଦେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.