କରୋନା ଛୁଟିରେ କିଛି ଦିନ ପାଇଁ କାମକୁ ଦିଅନ୍ତୁ ବ୍ରେକ, ଦୂର ହେବ ଅନେକ ରୋଗ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତେ ବିଷାଦଗ୍ରସ୍ତ ରହୁଛନ୍ତି। ପିଲାମାନେ ପଢାକୁ ନେଇ ଚିନ୍ତାରେ ରହୁଥିବା ବେଳେ ବଡ଼ ମାନେ ଚାକିରି ଓ ମହିଳାମାନେ ଉଭୟ ଚାକିରି ଏବଂ ଘରକାମକୁ ନେଇ ଚିନ୍ତିତ ରହୁଛନ୍ତି। ପ୍ରତିଦିନ ଆମେ ଏକ ରୁଟିନ୍ ଜୀବନ ଜୀଉଁଛେ। ଫଳରେ ଅଧିକ ଚିଡିଚିଡା ହୋଇଯାଉଛେ। ଏଣୁ ଉଭୟ ଶରୀର ଓ ମନକୁ ରିଚାର୍ଜ କରିବା ପାଇଁ ଛୁଟି ନେବା ଜରୁରୀ।

Image result for familytine

ସବୁବେଳେ କାମରୁ ବ୍ରେକ ଚାହୁଁଥିବା ଲୋକଙ୍କୁ ଏବେ ମିଳିଛି କରୋନା ଛୁଟି। ବର୍ତ୍ତମାନ କରୋନା ଯୋଗୁ ସରକାର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହା କରୋନା ଭାଇରସକୁ ପ୍ରତିହତ କରିବାରେ ସାହାଯ୍ୟ କରିବ। ତେବେ ସବୁବେଳେ କାମ ଓ ଅନ୍ୟ ଜଞ୍ଜାଳ ଯୋଗୁ ଚିନ୍ତାରେ ରହୁଥିବା ଲୋକଙ୍କ ପାଇଁ ଏହି ସମୟ ବିଶ୍ରାମ ନେବାର ବେଳ। କାରଣ ଏବେ ନା ଅଛି ଅଫିସ ଟେନ୍ସନ ନା ପରିବାର ଲୋକଙ୍କୁ ସମୟ ଦେଇପାରୁନଥିବାରୁ ଅଭିଯୋଗ। ଏହି ସମୟ କେବଳ ଆପଣଙ୍କର। କରୋନା ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଥିବା ବେଳେ ଏହାକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରି ଆମେ ଚିନ୍ତାମୁକ୍ତ ରହିପାରିବା।

Image result for familytine

କେତେକ ରିସର୍ଚ୍ଚରେ କୁହାଯାଇଛି ଯେ କାମରୁ କିଛି ସମୟ କାଢି ବୁଲାବୁଲି କରିବା ଦ୍ୱାରା ଷ୍ଟ୍ରେସ ଦୂର ହୁଏ। ସାଧାରଣତଃ ଲୋକଙ୍କୁ ଅଫିସରୁ ଛୁଟି ମିଳୁନଥିବାରୁ ସେମାନେ ରିଲାକ୍ସ କରିବାକୁ ସମୟ ପାଆନ୍ତି ନାହିଁ। ମାତ୍ର ବର୍ତ୍ତମାନ ସ୍ଥିତିରେ ଆପଣ ଘରେ ରହି ନିଜକୁ ତଥା ପରିବାରକୁ ପର୍ଯ୍ୟାପ୍ତ ସମୟ ଦେଇପାରିବେ। ଏହାଦ୍ଵାରା ଉଭୟ କରୋନା ଓ ଚିନ୍ତାରୁ ମୁକ୍ତି ମିଳିବ।

Image result for familytine

ବିଶ୍ରାମ ନେବା ଦ୍ୱାରା ମନୁଷ୍ୟର ରଚନାତ୍ମକ ଜ୍ଞାନ ବଢେ। ଏହା ଦ୍ୱାରା ଜଣେ ବହୁତ କିଛି ଚିନ୍ତା କରେ ଓ ଲେଖିପାରେ।

କାମରୁ କିଛି ଦିନ ବ୍ରେକ ନେବା ଦ୍ୱାରା ରୋଗ ହେବା ଆଶଙ୍କା ମଧ୍ୟ ବଢେ। ଏଣୁ ନିୟମିତ ବ୍ୟବଧାନରେ କାମରୁ ଛୁଟି ନେଇ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.