କରୋନା ଭାଇରସ ପାଇଁ ଭାରତୀୟ ଟେଷ୍ଟ ଓପନ୍‌ର ମୟଙ୍କ ଅଗ୍ରଓ୍ଵାଲ୍‌ ଘରେ ବସି ଦେଲେ ଫିଟ୍‌ନେସ୍‌ ମନ୍ତ୍ର

କରୋନା ଭାଇରସ୍‌ ପାଇଁ ଏବେ ବଲିଉଡ୍‌ ହେଉ ବା ହଲିଉଡ୍‌, ସବୁ କଳାକାର ନିଜକୁ ଘରେ ଆବଦ୍ଧ କରିଛନ୍ତି । ସମୟ କାଟିବା ପାଇଁ କିଏ ବ୍ୟାୟାମ କରୁଛନ୍ତି ତ କିଏ ପରିବାର ସାଙ୍ଗରେ ରହି ସମୟ ବିତାଉଛନ୍ତି । କରୋନା ପାଇଁ ଭାରତର ଓପ୍‌ନ୍‌ର ବ୍ୟାଟ୍ସ ମ୍ୟାନ୍‌ ମୟଙ୍କ ଅଗ୍ରଓ୍ଵାଲ୍‌ ଏବେ ଘରେ ଜିମ୍‌ରେ ବ୍ୟସ୍ତ ଅଛନ୍ତି ।

ସେ ତାଙ୍କ ଲନ୍‌ରେ ବ୍ୟାୟାମ କରୁଥିବାର କିଛି ଫଟୋ ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ଦେଖାଯାଇଛି । ସେହିପରି ଭାରତୀୟ ଫିଲ୍ଡିଂ କୋଚ୍‌ ଆର୍‌ ଶ୍ରୀଧର ମଧ୍ୟ ତାଙ୍କର ପିଲାଙ୍କୁ ଫିଟ୍‌ନେସ୍‌ ମନ୍ତ୍ର ଦେଉଥିବା ଦେଖାଯାଇଛି । ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସ ସହ ନ୍ୟୁୟର୍କର ନିଜ ଘରେ ସମୟ ବିତାଉଛନ୍ତି ।

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ମନାଲିରେ ପରିବାର ସହ ସମୟ କାଟୁ ଥିବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ କ୍ୟାଟ୍ରିନ୍‌ କେଫ୍‌ ଓ ଅଭିନେତା ଶାହିଦ୍‌ କପୁର ମଧ୍ୟ କରୋନା ପାଇଁ ଜିମ୍‌ରେ ଥିବା ଦେଖିବାକୁ ମିଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.