ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମ। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହାର ମଧ୍ୟ ବଢୁଛି । ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ରେ ପହଞ୍ଚିଛି । ସୁସ୍ଥ ହେଲେଣି ୩୩ ହଜାରରୁ ଅଧିକ । ସୂଚନା ଥାଉକି, ରାଜ୍ୟରେ ୬୯.୫୮ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।
ତେବେ ମୁଣ୍ଡ ବ୍ଯଥାର କାରଣ ପାଲଟିଛି ଗଞ୍ଜାମ । ଏଠାରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ପାଖାପାଖି ୮୨ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ୧୩ ହଜାର ୮୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି, ୧୦ ହଜାର ୭୫୫ ଜଣ କରୋନା ଆକ୍ରାନ୍ତ । ସୁସ୍ଥତା ହାର ଅଧିକ ଥିବା ବେଳେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ମୋଟ୍ ୨୮୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେବଳ ଗଞ୍ଜାମରୁ ୧୩୭ ଜଣଙ୍କ ଜୀବନ ଯାଇଛି । ମୃତ୍ୟୁ ସଂଖ୍ୟା କମାଇବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।