Below header

ଏଭଳି ଘରେ ଆଦୌ ବାସ କରନ୍ତିନି ମା’ ଲକ୍ଷ୍ମୀ, ଏଥିରେ ଆପଣଙ୍କ ଘର ନାହିଁ ତ!

ମାର୍ଗଶୀର ମାସରେ ପଡ଼ୁଥିବା ପ୍ରତ୍ୟେକ ଗୁରୁବାରକୁ ସର୍ବଶ୍ରେଷ୍ଠ ବାର ବୋଲି କୁହଯାଏ। ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଏ। ଓଡ଼ିଆ ଘରେ ମାର୍ଗଶୀର ମାସ ଗୁରୁବାର ଦିନ ମାଣ ବସାଇବା ପରମ୍ପରା କାହିଁ କେଉଁ ଆଦିମକାଳରୁ ଚାଲି ଆସିଛି। ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ପାଇଁ ଗୁରୁବାର ଦିନ ଓଡ଼ିଆ ବୋହୂ ମା’ ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ତାଙ୍କ ପ୍ରିୟ ଖାଦ୍ୟ ଦ୍ରବ୍ୟ ଭୋଗ ଲଗାଇ ଥାଆନ୍ତି।

କିନ୍ତୁ, ବେଳେବେଳେ ଆମେ ଯେତେ ପୂଜା କଲେ ମଧ୍ୟ ଘରେ ଅର୍ଥାଭାବ ଲାଗି ରହେ। ଶାସ୍ତ୍ରାନୁସାରେ, କେତେକ ଭୁଲ ଯୋଗୁ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଅଶାନ୍ତି ଲାଗି ରହିବା ସହ ଅର୍ଥାଭାବ ଦେଖାଦେଉଛି, ତେବେ ଧ୍ୟାନ ଦିଅନ୍ତୁ ଆପଣ ଏସବୁ ଭୁଲ କରୁନାହାନ୍ତି ତ!

  • ଯେଉଁ ଘରେ ପୂଜା ଦୀପକୁ ପାଟିରେ ଫୁଙ୍କି ଲିଭାଯାଏ, ସେ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ।
  • ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାଇଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ରାତିରେ ପାଦ ନ ଧୋଇ କିମ୍ବା ପାଦ ଓଦା ଥିବା ବେଳେ ଶୋଉଥିଲେ ଲକ୍ଷ୍ମୀ ବିରକ୍ତ ହୋଇଥାନ୍ତି।
  • ରାତିରେ ଅଇଁଠା ବାସନ ପକାଇ ସକାଳେ ଧୋଉଥିବା ଘରେ ଲକ୍ଷ୍ମୀ ଆଦୌ ବାସ କରନ୍ତି ନାହିଁ।
  • ଯେଉଁ ବ୍ୟକ୍ତି ନଖ ଚୋବାଇ ଥାଆନ୍ତି, ସେମାନଙ୍କ ଉପରେ ଲକ୍ଷ୍ମୀ ପ୍ରବଳ ରାଗିଥାନ୍ତି। ଏମିତି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।
  • ଯେଉଁ ଘରେ ସୂର୍ଯ୍ୟାସ୍ତ ପରେ ଝାଡ଼ୁ କରାଯାଏ ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ।
  • ଯେଉଁ ଘରେ ଦେବାଦେବୀଙ୍କୁ ଗାଳି କରାଯାଏ, ଲକ୍ଷ୍ମୀ ସେହି ଘର ଛାଡ଼ି ଚାଲିଯାଆନ୍ତି।
  • ଯେଉଁ ଘରେ ପିତୃପକ୍ଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦିଆଯାଏ ନାହିଁ, ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଭଳି ଘରେ ସବୁବେଳେ ଅଶାନ୍ତି ଓ ଅର୍ଥାଭାବ ଦେଖାଦିଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.