Below header

ଆପଣ ଖାଉଛନ୍ତି କି ଗଧ ଗୋବରରୁ ତିଆରି ମସଲା?, ଏମିତି ଏକ ମସଲା କମ୍ପାନୀକୁ ସିଜ୍ କଲା ଆଗ୍ରା ପ୍ରଶାସନ

କେନ୍ୟୁଜ୍(ବ୍ୟୁରୋ):  ବଢୁଛି ନକଲି ସାମଗ୍ରୀର କାରବାର । ବଜାରକୁ ଆସୁଛି ଭେଜାଲ ମସଲା । ଆଗ୍ରାରେ ଗଧ ଗୋବର ଓ ଏସିଡ ମିଶାଇ ଭେଜାଲ ମସଲା ପ୍ରସ୍ତୁତ ଚାଲିଥିବା କାରଖାନା ସିଲ୍‌ । ନଭିପୁରା ଜିଲ୍ଲାରେ ହାଥରସ ପୋଲିସ ରେଡ ବେଳେ ୩ ଶହ କେଜିର ଭେଜାଲ ମସଲା ଜବତ କରିବା ସହ କଂପାନୀ ମାଲିକଙ୍କୁ ଗିରଫ କରିଛି ।

କାରଖାନାରେ ଗଧ ଗୋବର ମିଶାଇ ମସଲା ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ ସ୍ଥାନୀୟ ବ୍ରାଣ୍ଡରେ ପ୍ୟାକିଂ କରି ବଜାରକୁ ଛଡ଼ା ଯାଉଥିଲା । ଏଥିସହ ମସଲା ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ବିଷାକ୍ତ ସାମଗ୍ରୀ ମିଳିଛି । ଗଧ ଗୋବର, ଭୂଷା, ରାସାୟନିକ ରଙ୍ଗ ଓ ଡ୍ରମ ଭର୍ତ୍ତି ଏସିଡ ଜବତ କରିଛି ପୋଲିସ । ଅପମିଶ୍ରିତ ମସଲାର ୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୦୬ରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.