ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ,ଟାଟାରେ ଚାକିରି ନାଁରେ ଜାଲିଆତି ପ୍ରସଙ୍ଗରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ । ପୂର୍ବତନ କଲେଜ ଅଧ୍ୟକ୍ଷ ସର୍ବେଶ୍ୱର ରାଓ ଗିରଫ । ଆଜି ଦୁଇ ଜଣଙ୍କୁ ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଟାଟାରେ ଚାକିରି ନାଁରେ ଜାଲିଆତି ପ୍ରସଙ୍ଗରେ ସର୍ବେଶ୍ୱର ରାଓଙ୍କୁ କ୍ରାଇମ୍‌ବ୍ରାଞ୍ଚ ମାରାଥନ ଜେରା କରିଥିଲା ।

ସର୍ବେଶ୍ୱରଙ୍କ ଜରିଆରେ  ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରୁଥିଲେ ଆକାଶ  ପାଠକ ଓ ପ୍ରଦୀପ ପାଣିଗ୍ରାହୀ । ଓଡିଶା, ବିହାର ଛଡା ଆଉ କେଉଁଠୁ ଟଙ୍କା ଲୁଟିଛନ୍ତି ? ଆହୁରି କେତେ ଯୁବକଯୁବତୀ ଠକାମିର ଶିକାର ହୋଇଛନ୍ତି  ? ଠକେଇ ଟଙ୍କା କାହା ଆକାଉଣ୍ଟକୁ କେତେ କେତେ ଯାଇଛି  ? ଠକେଇ ଟଙ୍କା କେଉଁଠାରେ ବିନିଯୋଗ ହୋଇଛି  ?  ସେ ସବୁର ଖୋଳତାଡ କରୁଛି କ୍ରାଇମ ବ୍ରାଞ୍ଚ  ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.