ଓଡ଼ିଆ ବୈଜ୍ଞାନିକଙ୍କ ବଡ଼ ସଫଳତା, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ଟିକା ଉପରେ ଗବେଷଣା କରୁଛନ୍ତି ଡା.ସ୍ୱୟଂ ପ୍ରକାଶ

ଓଡ଼ିଆ ବୈଜ୍ଞାନିକଙ୍କ ବଡ଼ ସଫଳତା। କରୋନା ମୁକାବିଲା ଦିଗରେ ଏବେ ସବୁ ଦେଶର ବଡ଼ ବଡ଼ ବୈଜ୍ଞାନିକ ଲାଗିପଡ଼ିଥିବା ବେଳେ ଓଡ଼ିଆ ବୈଜ୍ଞାନିକ ଡା.ସ୍ୱୟଂ ପ୍ରକାଶ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି। କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ଡା.ସ୍ୱୟଂ ପ୍ରକାଶ। ଓଡ଼ିଆ ବୈଜ୍ଞାନିକ ସ୍ୱୟଂ ଏବେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ଟିକା ପ୍ରସ୍ତୁତି ନେଇ ଗବେଷଣାରତ ଅଛନ୍ତି। ଗତ ୧୦ ମାସ ଧରି ସେ ଦିନ ରାତି ଏକ କରି ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

swayam2

ସୂଚନାଯୋଗ୍ୟ ଯେ ଡା.ସ୍ୱୟଂ ପ୍ରକାଶ ଏହା ପୂର୍ବରୁ କିଟ୍‌ ସ୍କୁଲ ଅଫ୍‌ ବାୟୋଟେକ୍ନୋଲୋଜିରେ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରୁଥିଲେ। ଏହି ଓଡ଼ିଆ ଯୁବ ବୈଜ୍ଞାନିକ ଏବେ ଯାଏଁ ୫୦ରୁ ଊର୍ଦ୍ଧ୍ୱ ରିସର୍ଚ୍ଚ ପେପର ପ୍ରସ୍ତୁତ କରିଛନ୍ତି। ତାଙ୍କର ପ୍ରତ୍ୟେକ ରିସର୍ଚ୍ଚ ଜର୍ଣ୍ଣାଲ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଇମ୍ୟୁନୋ-ଜେନେଟିକ୍ସ ଉପରେ ଗବେଷଣା କରି ଦେଶ ବିଦେଶରେ ନାଁ କମାଇଛନ୍ତି ଡା. ସ୍ୱୟଂ ପ୍ରକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.