କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଲାଗୁ ହେବ ଓଡ଼ିଶା ଇ- ହସପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ। ସ୍ୱାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆଣିବାକୁ ଏହା ଲାଗୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏହି ସିଷ୍ଟମ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଲାହୁ ହେବ। ଏହା ସହ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ, ଶିଶୁଭବନ, କ୍ୟାପିଟାଲ ହସ୍ପିଟାଲ ସମେତ ୩୧ଟି ଜିଲ୍ଲା ହସ୍ପିଟାଲରେ ଏହି ବ୍ୟବସ୍ଥା ଲାଗୁ ହେବ।
୧୦୬ ସହରାଞ୍ଚଳରେ ଥିବା ପିଏଚସି ମଧ୍ୟ ଏହି ସିଷ୍ଟମରେ ସାମିଲ ହେବ। ଏହା ଦ୍ୱାରା ରୋଗୀଙ୍କର ପଞ୍ଜିକରଣ ଠାରୁ ଆରମ୍ଭ କରି ଚିିକିତ୍ସା ପର୍ଯ୍ୟନ୍ତ ସବୁ ଅନଲାଇନରେ କରାଯିବଯ ଏଥିପାଇଁ ରାଜ୍ୟ ସରକାର ୧୬୪କୋଟି ଟଙ୍କା ଖର୍ଚ୍ଚ କରିବେ। ଫାଇଭ ଟି ଯୋଜନା ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।.