ବିରାଟ କୋହଲି ଭାରତର ଏହି ପୂର୍ବତନ ମହିଳା କ୍ରିକେଟରଙ୍କ ମାଆଙ୍କ ଚିକିତ୍ସା ପାଇଁ ଦାନ କଲେ ୬.୭୭ ଲକ୍ଷ ଟଙ୍କା

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କୋଭିଡ ମହାମାରୀ ଭଳି ମୁସ୍କିଲ ସମୟରେ ବି ଆଉ ଏକ ମହତ କାମ କରିଛନ୍ତି। ସେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର କେଏସ ଶ୍ରାବନ୍ତି ନାଇଡୁଙ୍କ ମାଆଙ୍କ କରୋନା ଚିକିତ୍ସା ପାଇଁ ୬.୭୭ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଶ୍ରାବନ୍ତିଙ୍କ ମାଆ ଏସକେ ସୁମନଙ୍କୁ କରୋନା ହୋଇଛି, ଯେଉଁ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି। ଏମିତିରେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଶ୍ରାବନ୍ତିଙ୍କୁ ବିରାଟ ସହାୟତା କରିଛନ୍ତି।

ସୂଚନାଥାଉ କି, ଶ୍ରାବନ୍ତି ନିଜ ମାଆ, ବାପାଙ୍କ ଚିକିତ୍ସା ପାଇଁ ପାଖାପାଖି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ସେ ମାଆଙ୍କ ଚିକିତ୍ସା ପାଇଁ ବିସିସିଆଇ ଏବଂ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନକୁ ସହାୟତା ମାଗିଥିଲେ। ଏହାପରେ ବିସିସିଆଇ ସାଉଥ ଜୋନର ପୂର୍ବ ସଂଯୋଜକ ଏନ ବିଦ୍ୟା ଯାଦବ ଟ୍ୱିଟ ଜରିଆରେ ଶ୍ରାବନ୍ତିଙ୍କ ମାଆଙ୍କ ପାଇଁ ସାହାଯ୍ୟ ମାଗିଥିଲେ। ଏଥିରେ ସେ ବିରାଟ କୋହଲିଙ୍କୁ ବି ଟ୍ୟାଗ କରିଥିଲେ।

କହି ରଖୁଛୁ, ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ଶ୍ରାବନ୍ତିଙ୍କ ମାଆଙ୍କ ପାଇଁ ପଇସା ଜମା କରିଥିଲେ ଏବଂ ଏଥି ସହିତ ସେ ବିରାଟ କୋହଲିଙ୍କ ସହ ଏ ବିଷୟରେ କଥା ମଧ୍ୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.