ସାବଧାନ କୋଭିଡ଼ ଟିକାକରଣ ପଞ୍ଜିକରଣ ପାଇଁ ବଢିଚାଲିଛି ସାଇବର୍‌ ଠକେଇ, ସତର୍କ କରାଇଲେ ଡିଜିପି

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ଟିକାକରଣ ନାଁରେ ସାଇବର ଠକେଇ । ଟିକାକରଣ ପଞ୍ଜିକରଣ ପାଇଁ ସାଇବର୍‌ ଠକେଇ ଆରମ୍ଭ ହୋଇଛି । ଟିକା ନେଇ ନକଲି ପୋର୍ଟାଲ, ଆପ୍‌, ୱେବସାଇଟକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଟିକା ପଞ୍ଜିକରଣ ପାଇଁ ୩ଟି ଆପ୍‌ ରହିଛି । ଆରୋଗ୍ୟ ସେତୁ, ଉମଙ୍ଗ ଓ କୋଓ୍ଵିନ୍‌ ଆପ୍‌ ବ୍ୟବହାର କରନ୍ତୁ । ନକଲି ପଞ୍ଜିକରଣ ପୋର୍ଟାଲ୍‌ ଠାରୁ ଦୂରେଇ ରୁହନ୍ତୁ । କୋଭିଡ ସମୟରେ ଇ-କମର୍ସ ସେବା ବଢ଼ିଛି । ଅନଲାଇନ୍‌ କିଣାବିକା କଲାବେଳେ ଯାଞ୍ଚ କରି ପେଡ୍‌ କରନ୍ତୁ ବୋଲି ସେ କହିଛନ୍ତି । କୋଭିଡ ସର୍ଭେ ନାଁରେ ଅନେକ ଠକେଇ ଆରମ୍ଭ ହୋଇଛି । ଯାଞ୍ଚ ନ କରି ବ୍ୟକ୍ତିଗତ ସୂଚନା କାହାକୁ ଦିଅନ୍ତୁ ନାହିଁ ।

ଫାଇନାନ୍ସ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା କାହାକୁ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ଡିଜିପି ଅଭୟ । ସେହିପରି ଏପ୍ରିଲ ୧ରୁ ଏଯାଏଁ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୯ କୋଟି ୮୪ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ୩ ଲକ୍ଷ ୧୬ ହଜାର ୬୮୨ ଜଣଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୨୧୮୦ ଦୋକାନ ସିଲ୍‌ କରାଯାଇଛି । ୮୩୧ ଜଣଙ୍କୁ ଗିରଫ ହୋଇଥିବା ବେଳେ ୨୬ ହଜାର ୧୪୬ ଗାଡି ଜବତ କରାଯାଇଥିବା ଡିଜି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.