Below header

 ଏହି ବ୍ଯକ୍ତି ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ କାଜୁ, ବଢ଼ିପାରେ ଅସୁବିଧା

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ତରକାରୀରୁ ଆରମ୍ଭ କରି ମିଠା ପର୍ଯ୍ଯନ୍ତ ସମସ୍ତ ଖାଦ୍ଯରେ ସାମିଲ କରାଯାଇଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ୍, ଫାଇବର, ମ୍ଯାଗ୍ନାସିୟମ୍, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ କିନ୍ତୁ କିଛି ବ୍ଯକ୍ତିଙ୍କୁ ଖାସ କରି ଏହାକୁ ଖାଇବା ମନା ଥାଏ। ଆସନ୍ତୁ ଜାଣିବା କେଉଁ ବ୍ଯକ୍ତିଙ୍କ କାଜୁ ଖାଇବା ଶରୀର ପ୍ରତି ହାନିକାରକ।

kaju

-ମାଇଗ୍ରେନ ବା ମୁଣ୍ଡବିନ୍ଧା ଥିବା ବ୍ଯକ୍ତି ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏଥିରେ ରହିଥିବା ଏମିନୋ ଏସିଡ଼ ମୁଣ୍ଡ ବିନ୍ଧା ବଢ଼ାଇଥାଏ।

-ଯେଉଁ ବ୍ଯକ୍ତିଙ୍କର ଗ୍ଲଲବାଡ଼ର ଷ୍ଟୋନ ବା ଅନ୍ଯନ୍ଯ କୌଣସି ପ୍ରକାରର ଷ୍ଟୋନ ଅସୁବିଧା ରହିଥାଏ। ତେବେ ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏହା ଦ୍ବାରା ରୋଗ ବଢ଼ିବାର ସମ୍ବାଭନା ରହିଥାଏ।

healthy

-ମୋଟାପଣର ଶିକାର ହୋଇଥିବା ବ୍ଯକ୍ତି କାଜୁ ଖାଇବା ଉଚିତ୍ ନୁହଁ। କାରଣ ୩୦ଗ୍ରାମ କାଜୁରେ ୧୬୩ କ୍ଯାଲୋରୀ ଏବଂ ୧୩.୧ ଫ୍ଯାଟ୍ ରହିଥାଏ। ଏଣୁ ଏହାର ଅଧିକ ସେବନ ଓଜନ ବଢ଼ାଇପାରେ।

-ଉଚ୍ଚ ରକ୍ତଚାପ ଥିବା ବ୍ଯକ୍ତିଙ୍କୁ କାଜୁ ଖାଇବା ଉଚିତ୍ ନୁହଁ। କାରଣ ଏଥିରେ ଥିବା ସୋଡ଼ିୟମ୍ ରକ୍ତଚାପକୁ ବଢ଼ାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.