Below header

ଜୋସ୍‌ରେ ହଜିଗଲା ହୋସ୍‌ ! ଶାରୀରିକ ସମ୍ପର୍କ ବେଳେ ପ୍ରେମିକର ଗୁପ୍ତାଙ୍ଗରେ ଫ୍ରାକ୍‌ଚର, ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଏକ କପଲ ନିଜ ତୃତୀୟ ପ୍ରେମ ବାର୍ଷିକୀରେ ଏତେ ଏକ୍ସାଇଟେଡ୍‌ ହୋଇଯାଇଥିଲେ ଯେ ସେମାନଙ୍କୁ ଶେଷରେ ହସ୍ପିଟାଲରେ ଆଡମିଟ୍‌ ଦେବାକୁ ପଡ଼ିଛି। ମାତ୍ରାଧିକ ଯୌନ ଉଦ୍ଦୀପକ ଖାଇବା ସହ ମଦ ପିଇବାରୁ ପ୍ରେମିକ ଜଣକ ଶାରୀରିକ ସମ୍ପର୍କ ବେଳେ ଲହୁଲୁହାଣ ହୋଇଯାଇଛନ୍ତି। ଫଳରେ ତାକୁ ହସ୍‌ପିଟାଲରେ ଭର୍ତ୍ତି କରିବା ଭଳି ସ୍ଥିତି ଉପୁଜିଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଜଣାପଡ଼ିଛି ଯେ ବୟଫ୍ରେଣ୍ଡଙ୍କ ପ୍ରାଇଭେଟ୍‌ ପାର୍ଟ ଫ୍ରାକ୍‌ଚର ହୋଇଯାଇଛି। ଏଣୁ ତୁରନ୍ତ ତାଙ୍କ ଅପରେସନ୍‌ କରିବାକୁ ପଡ଼ିଥିବା ଜଣାଯାଇଛି। ଏହି ଘଟଣା ବ୍ରିଟେନ୍‌ର ବୋଲି ଜଣାପଡ଼ିଛି।

ରିପୋର୍ଟ ମୁତାବକ, ମେକ୍‌ଅପ୍‌ ଆର୍ଟିଷ୍ଟ ଇଜାବେଲ ବୁଲ୍କ(୨୫) ଓ ତାଙ୍କ ବୟଫ୍ରେଣ୍ଡ୍‌ ରବ୍‌ ଏଣ୍ଡ୍ର୍ୟୁ(୩୨) ନିଜ ତୃତୀୟ ରିଲେସନ୍‌ସିପ୍‌ ଆନିଭର୍ସାରୀ ସେଲିବ୍ରେଟ୍‌ କରିବା ପାଇଁ ଖାସ୍‌ ପ୍ରସ୍ତୁତି କରିଥିଲେ। ଏଥିପାଇଁ ସେମାନେ ସହର ଠାରୁ ଦୂରରେ ଏକ ସୁନ୍ଦର ସ୍ଥାନରେ ରୁମ୍‌ ବୁକ୍‌ କରିଥିଲେ। ଆନିଭର୍ସାରୀକୁ ଆଡଭେଞ୍ଚରସ୍‌ କରିବା ପାଇଁ ସେମାନେ କେତେକ ଜିନିଷ ବି ସାଙ୍ଗରେ ନେଇଥିଲେ। ସେମାନେ ଏତେ ଏକ୍ସାଇଟେଡ୍‌ ହୋଇଯାଇଥିଲେ ଯେ ମାତ୍ର କିଛି ସମୟ ମଧ୍ୟରେ ୩ ଟି ମଦ ବୋତଲ ଶେଷ କରି ଦେଇଥିଲେ। ନିଶାସକ୍ତ ଅବସ୍ଥାରେ ହିଁ ବୟଫ୍ରେଣ୍ଡ ଯୌନ ଉଦ୍ଦୀପକ ବଟିକା ଖାଇଦେଇଥିଲେ। ଫଳରେ ସେ ଜାଣିପାରିନଥିଲେ ଯେ ସେ ଅଧିକ ଉତ୍ତେଜିତ ହୋଇ ଶାରୀରିକ ସମ୍ପର୍କ ରଖିଛନ୍ତି। ସମ୍ବନ୍ଧ ବେଳେ ତାଙ୍କ ପ୍ରାଇଭେର୍ଟ ପାର୍ଟ ଉପରେ ପ୍ରବଳ ଚାପ ପଡ଼ିଥିଲା, ଫଳରେ ତାହା ଫ୍ରାକ୍‌ଚର ହୋଇଯାଇଥିଲା।

ଅବସ୍ଥା ସାଂଘାତିକ ହେବାରୁ ଆମ୍ବୁଲାନ୍ସ ଡକାଇ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସମ୍ବନ୍ଧ ବେଳେ ହିଁ ବୟଫ୍ରେଣ୍ଡଙ୍କ ଗୁପ୍ତାଙ୍ଗରେ ଫ୍ରାକ୍‌ଚର ଆସିଛି। ଏଣୁ ତାଙ୍କର ଅପରେସନ୍‌ କରାଯାଇଥିଲା। କିଛି ଦିନ ଚିକିତ୍ସାଧୀନ ରହିବା ପରେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଡାକ୍ତରଙ୍କ କହିବାନୁସାରେ, ପୁରୁଷଙ୍କ ପ୍ରାଇଭେର୍ଟ ପାର୍ଟରେ କୌଣସି ହାଡ଼ ନ ଥାଏ, କିନ୍ତୁ ଉତ୍ତେଜିତ ଥିବା ଅବସ୍ଥାରେ ଯଦି ପ୍ରାଇଭେର୍ଟ ପାର୍ଟ ମୋଡ଼ି ହୋଇଯାଏ, ତେବେ ରକ୍ତ ପ୍ରବାହିତ ହେଉଥିବା ଶିରା ଫାଟିଯାଏ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ, କିନ୍ତୁ କିଛି ଲୋକ ଲାଜରେ ଏନେଇ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.