କଳା ସଂସ୍କୃତି ପାଇଁ ଶୁଭ ସଂକେତ: ହଜିଯାଉଥିବା ସଖିନାଚକୁ ବଞ୍ଚାଇ ରଖିବାକୁ ଛୋଟ ପିଲାଙ୍କର ନିଆରା ପ୍ରୟାସ

ଛୋଟ ପିଲାମାନେ ବସି ସୁର, ତାଳ, ଲୟ ମଧ୍ୟରେ ଗୀତ ଗାଉଛନ୍ତି। ହାର ମୋନିୟମର ମୂର୍ଚ୍ଛନାରେ ଗୁରୁଙ୍କ ଲୟରେ ଝଙ୍କୃତ ହେଉଛି ସଖିନାଚ ଶିଖାଯାଉଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ର ଆଖଡ଼ା ସ୍ଥଳ। ସଖିନାଚ ଅତ୍ୟନ୍ତ କଷ୍ଟ ଦାୟକ, କାରଣ ସଙ୍ଗୀତ ମୂର୍ଚ୍ଛନା ସାଙ୍ଗକୁ ତାଳ, ଲୟ ରେ ପୁଅ ମାନେ ଏହାକୁ ପରିବେଷଣ କରିଥାନ୍ତି। କୁହାଯାଏ ପ୍ରଥମେ ବହୁ ବର୍ଷ ପୂର୍ବେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଏହି ନୃତ୍ୟ ସୃଷ୍ଟି ହୋଇ ଜିଲ୍ଲାର ବିଭିନ୍ନ ଗ୍ରାମରେ ହୋଇଥିଲା ଅନୁଷ୍ଠାନ।

ରାଧା, କୃଷ୍ଣଙ୍କ ପ୍ରେମ ରସକୁ ନେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ସମେତ ବହୁ କବି ରଚନା କରିଥିବା ସଙ୍ଗୀତକୁ ଏହି ନୃତ୍ୟରେ ଶୁଣିବାକୁ ମିଳେ। ଛୋଟ କଳାକାର ଆବଶ୍ୟକ ହୋଇଥାଏ ପୁଅ ମାନେ ଝିଅ ବେଶରେ ରାଧାଙ୍କ ସଖି ହୋଇ ଚରିତ୍ରକୁ ଅତି ନିଖୁଣ ଭାବରେ କରିବା ପାଇଁ ଚେଷ୍ଟା କରିଥାନ୍ତି। ପୂର୍ବରୁ ଗାଁରେ ଏହା ଶିଖିବାକୁ କଳାକାର ବାହାରୁଥିଲେ, କିନ୍ତୁ ସମୟ ସହିତ ତାଳ ଦେଇ ଆଉ କଳାକାର ବାହାରିଲେ ନାହିଁ ଏଥିସହ ଗୁରୁଙ୍କର ମଧ୍ୟ ଅଭାବ ହେଲା। ତେଣୁ ଅଗଷ୍ଟ ମାସରୁ ସଙ୍ଗୀତ ନାଟକ ଏକାଡେମୀ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଆରମ୍ଭ କରି ନାଚକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି l ଆଉ ଏହାର ଦାୟିତ୍ୱ ନେଇଛନ୍ତି ଗଞ୍ଜାମ ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ। ପିଲାମାନେ ଏହି ନାଚ କରି ଖୁସି ପ୍ରକାଶ କରିବା ଶହ ଆମକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଛନ୍ତି କଳାକାର।

sakhinacha

କଥିତ ଅଛି, ସଖି ନାଚ କଳା ପୌରାଣିକ ସମୟରୁ ଆସିଛି। ରମ୍ଭା, ମେନକା, ଉର୍ବଶୀ ମଧ୍ୟ ନୃତ୍ୟ କରୁଥିଲେ। ଜଗନ୍ନାଥଙ୍କ ସମ୍ମୁଖରେ ମଧ୍ୟ ନୃତ୍ୟ ପରିବେଷଣର ବିଧି ରହିଛି। ଏମିତି ବି ଦିନେ ହୋଇଥିଲା ଝିଅଙ୍କ କୌଣସି ଏକ ଅସୁବିଧା କାରଣରୁ ପୁଅଙ୍କୁ ଝିଅ ବେଶରେ ସଜାଇ ନୃତ୍ୟ କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଏହାକୁ ସାମିଲ କରାଯାଇଥିବା କହନ୍ତି ନାଚ ଗୁରୁ।

ବାଦ୍ୟର ମଧ୍ୟ ଏକ ଗୁରୁତ୍ୱ ରହିଥିବା ବେଳେ ଗୁରୁ ଶିଷ୍ୟ ପରମ୍ପରା ଆଧାରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅଗଷ୍ଟ ମାସରେ ସଙ୍ଗୀତ ନାଟକ ଏକାଡେମୀ ଆରମ୍ଭ କରିଛନ୍ତି l ଏଥିପାଇଁ ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦକୁ ଛଅ ମାସ ସମୟ ଦିଆଯାଇଛିl ବର୍ତ୍ତମାନ ପର୍ଯ୍ୟନ୍ତ ସଖିନାଚ ଗଞ୍ଜାମ ଓ ଭୁବନେଶ୍ୱର ସମେତ ନୂଆଦିଲ୍ଲୀରେ ନୃତ୍ୟ ପରିବେଷଣ କରିଛନ୍ତି।