ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଦେଖିଦିଅନ୍ତୁ ଛୁଟି ତାଲିକା

୯ ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ। ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ। ଏହି ମାସରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କାମ ଅଧିକ ରହିଥିବା ବେଳେ ଛୁଟି ମଧ୍ୟ ଅଧିକ ରହିଛି। ଆସନ୍ତା ମାସରେ ଗୁଡି ପାଡଓ୍ଵା, ଆମ୍ବେଦକର ଜୟନ୍ତୀ ଏବଂ ବୈଶାଖୀ ପରି ପର୍ବ କାରଣରୁ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଏପ୍ରିଲ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛନ୍ତି। ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କ ମୋଟ୍ ୧୫ ଦିନ ବନ୍ଦ ରହିବ। ଏଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍।
ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଅନେକ ଛୁଟି ଏପରି ରହିଛି, ଯାହା ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ରହିଛି। ତେଣୁ ବ୍ୟାଙ୍କର ଛୁଟି ଅଲଗା ଅଲଗା ରାଜ୍ୟ ହିସାବରେ ହୋଇଥାଏ। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ। ତେବେ ଆପଣ ଦେଖିନିଅନ୍ତୁ ଏହି ତାଲିକା:

ଏପ୍ରିଲରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ

ଏପ୍ରିଲ ୧: ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ

ଏପ୍ରିଲ ୨: ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ

ଏପ୍ରିଲ ୩: ରବିବାର

ଏପ୍ରିଲ ୪: ସରିହୁଲ( ରାଞ୍ଚି)

ଏପ୍ରିଲ ୫: ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ (ହାଇଦ୍ରାବାଦ)

ଏପ୍ରିଲ ୯: ଶନିବାର (ମାସର ଦ୍ଵିତୀୟ ଶନିବାର)

ଏପ୍ରିଲ ୧୦: ରବିବାର

ଏପ୍ରିଲ ୧୪: ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ

ଏପ୍ରିଲ ୧୫: ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ

ଏପ୍ରିଲ ୧୬: ବୋହାଗ ବିୟୁ (ଗୌହ୍ଵାଟୀ)

ଏପ୍ରିଲ ୧୭: ରବିବାର

ଏପ୍ରିଲ ୨୧: ଗଡିଆ ପୂଜା, (ଅଗରତାଲା)

ଏପ୍ରିଲ ୨୩: ଶନିବାର(ମାସର ଚତୁର୍ଥ ଶନିବାର)

ଏପ୍ରିଲ ୨୪: ରବିବାର

ଏପ୍ରିଲ ୨୯: ଶବ ଇ କଦ/ଜୁମାତ-ଉଲ-ବିଦା ( ଜମ୍ମୁ ଓ କଶ୍ମୀର)

Leave A Reply

Your email address will not be published.