Below header

ଏଠାରେ ମାଆଙ୍କୁ ଅର୍ପଣ ହୋଇଥିବା ନଡ଼ିଆ ଆପେ ଆପେ ଫାଟିଯାଏ, ଜାଣନ୍ତୁ ଏହି ମନ୍ଦିରର କଣ ରହିଛି ବିଶେଷତ୍ୱ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଯାହା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ବେଶ ଜଣା ଶୁଣା । ଏହାକୁ ଅତି ଶ୍ରଦ୍ଧାର ସହ ପାଳନ କରନ୍ତି ଓଡ଼ିଶାର ପ୍ରତ୍ୟେକ ଲୋକ। ଓଡ଼ିଶାର ପରମ୍ପରାକୁ ବଜାୟ ରଖି ପ୍ରତି ବର୍ଷ ଏହି ପର୍ବକୁ ପାଳନ କରିବା ପାଇଁ ରାତି ଅଧରୁ ଉଠି ନଦୀ ତଥା ପୁଷ୍କରିଣୀକୁ ଯାଇଥାନ୍ତି ଡଙ୍ଗା ଭସାଇବାକୁ.. । ଉତ୍କଳର ପ୍ରାଚୀନ ଇତିହାସ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣକୁ ଧ୍ୟନରେ ରଖି ଏହାକୁ ପାଳନ କରାଯାଏ। ଏଥିପାଇଁ ଅନେକ ନିଷ୍ଠାର ସହ ପାଳନ କରିଥାନ୍ତି କାର୍ତ୍ତିକ ବ୍ରତ।

ଏଥର ମଧ୍ୟ ଅନେକ ଲୋକଙ୍କ ମନରେ ଏନେଇ ଉତ୍ସାହ ରହିଥିଲା। ଗ୍ରହଣ ଲାଗିବା କାରଣରୁ ଭୋର ସମୟରୁ ପାକ ତ୍ୟାଗ ତଥା ଦେବନୀତି ନିଷେଦ୍ଧ ରହିଛି , ତେଣୁ କରି ରାତି ଅଧରୁ ଉଠି ପ୍ରାୟ ଲୋକ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ସବୁ ମନ୍ଦିରରେ ଦେବନୀତି ଭୋର ପୂର୍ବରୁ ସରିଯାଇଛି। ଏନେଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ବଡରାହାଜୁର ଗ୍ରାମର ପୂର୍ଣ୍ଣବାସୀ ମନ୍ଦିର ରେ ଅନେକ ଭିଡ଼ ଦେଖିବାକୁ ମିଳିଛି । । ବୌଦ୍ଧ ଜିଲ୍ଲାର ବିଳାଶପୁର ପଞ୍ଚାୟତର ବଡରାହାଜୁର। ଏଠାରେ ରହିଛି ମା ପୂର୍ଣ୍ଣବାସୀଙ୍କ ମନ୍ଦିର। ପ୍ରତ୍ୟେକ ବର୍ଷ କାର୍ତ୍ତିକ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମାରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

ଆପଣ ଅନେକ ଦେବାଦେବୀ ମନ୍ଦିର ଦେଖିଥିବେ ହେଲେ ଏପରି ମନ୍ଦିର ଦେଖି ନଥିବେ ଯେଉଁଠି ମାଆଙ୍କ ଠାରେ ଗୋଟା ନଡ଼ିଆ ଅର୍ପଣ କଲେ ତାହା ଆପେ ଆପେ ଫାଟିଯାଏ।ସେହି ପରି ଏହି ମନ୍ଦିରରେ କେବଳ ଅବିବାହିତ କୁମାରୀ ଝିଅମାନେ ମାଆଙ୍କ ଠାରେ କ୍ଷୀର କିମ୍ବା ଜଳାଭିଷେକ କରିଥାନ୍ତି।ମାଆଙ୍କୁ ପୂଜା କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ ସେହି ବିଶ୍ୱାସ ନେଇ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ପୂର୍ଣ୍ଣବାସୀ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ସେଥି ପାଇଁ କାର୍ତ୍ତିକ ପୂର୍ଣ୍ଣିମା ରେ ବହୁ ଲୋକମାନେ ଆସିଥାନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଓ ଚତୁର୍ଦ୍ଦଶୀ ଅବସରରେ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ।ଏ ବର୍ଷ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।ଏହି ଅବସରରେ ଏଠାରେ କଳସ ଶୋଭାଯାତ୍ରା ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହ ଶହ ସଂଖ୍ୟରେ ମହିଳାମାନେ ସାମିଲ ହୋଇଥିଲେ।ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।ସମସ୍ତ ଭକ୍ତଙ୍କୁ ଅନ୍ନ ଭୋଗ ମଧ୍ୟ ଦିଆଯାଏ।ଦୀର୍ଘ ୪୦ ବର୍ଷ ହେଲା ଏହି ପୂର୍ଣ୍ଣବାସୀ ମାଆ ଏହି ଗାଁରେ ପୂଜା ପାଉଛନ୍ତି। ବର୍ଷର ସବୁ ସମୟରେ ଭକ୍ତମାନେ ଏଠାକୁ ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.