ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ: ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ

କଟକ(କେନ୍ୟୁଜ୍): ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ମହମ୍ମଦ ଇର୍ଷାଦ । ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିଲେ ମହମ୍ମଦ । ସମ୍ପର୍କୀୟଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ ଇର୍ଷାଦ୍‌ । ଘଟଣାସ୍ଥଳରେ ସ୍କୁବା ଡାଇଭର ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ବର୍ତ୍ତମାନ ସୁଦ୍ଧ ଇର୍ଷାଦଙ୍କ କୌଣସି ପତ୍ତା ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.