ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ର କରିବେ ଲୋକାର୍ପଣ

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରତୀକ୍ଷାର ଅନ୍ତ ହେବ। ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ର ଲୋକାର୍ପଣ ସହ ସୁନ୍ଦରଗଡ଼ ମେଡ଼ିକାଲ୍‌ କଲେଜର ଉଦ୍‌ଘାଟନ ଓ ରାଉରକେଲା ସହରରେ ମୋ ବସ ସେବାର ଶୁଭାରମ୍ଭ କରିବେ।

ଏହାସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟିଲ ସିଟି ରାଉରକେଲା ଏବେ ସ୍ପୋର୍ଟସ ସିଟି ହେବ। ହକିରଗଡ ସୁନ୍ଦରଗଡ଼କୁ ଦେଖିବ ସାରା ବିଶ୍ୱ।

୨୦୨୧ରେ ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ରାଉରକେଲା ଦେଶର ବୃହତ୍ତମ ହକି ଷ୍ଟାଡିୟମ ହେବ। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଯିବ। ଆଉ ଠିକ୍‌ ଦୁଇବର୍ଷ ପୂରିବା ପୂର୍ବରୁ ଆଜି ଷ୍ଟାଡିୟମର ଲୋକାର୍ପଣ ହେବ।

Leave A Reply

Your email address will not be published.