ଅର୍ଚ୍ଚନା ନାଗ କଳାଟଙ୍କା ମାମଲା, ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଝାରପଡା ଜେଲରେ ହେବ ଜେରା

ଭୁବନେଶ୍ୱରରେ(କେନ୍ୟୁଜ୍‌) : ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ପୁଣି ତନାଘନା । ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଝାରପଡା ଜେଲରେ ଜେରା କରାଯିବ । ଖଗେଶ୍ୱରର ୪ଟି ମୋବାଇଲରୁ ଅନେକ ତଥ୍ୟ ମିଳିଛି। ସେ ନେଇ ପଚରା ଉଚୁରା ହେବ। ତାଙ୍କର ମଧ୍ୟ ଚୂଡ଼ାନ୍ତ ବୟାନ ରେକର୍ଡ କରିବ ଇଡି।

ଗତକାଲି ଝାରପଡ଼ା ଜେଲରେ ଅର୍ଚ୍ଚନା ନାଗଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ତାଙ୍କ ହନିଟ୍ରାପର ପ୍ରଥମ ଶିକାର କରିଥିଲେ। ତାଙ୍କ ଠାରୁ ବ୍ଲାକମେଲ କରି ପ୍ରାୟ ୩୦ଲକ୍ଷ ଟଙ୍କା ନେଇଥିଲେ।

ଏନେଇ ପ୍ରମୋଦ ଦେଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କୁ ପଚରା ଉଚୁରା କରାଯାଇଥିଲା। ଜେଲରେ ଅର୍ଚ୍ଚନାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ କରିଛି ଇଡି। ସେହି ଆଧାରରେ ୯ତାରିଖ ସୁଦ୍ଧା ପ୍ରିଲିମିନାରୀ ଚାର୍ଜ ସିଟ ଦାଖଲ କରିବ ଇଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.