Below header

ଆଜିଠୁ ଓଡ଼ିଶାରେ ଚାଲିବ ଫାଇଭ ଜି ସେବା, ଶୁଭାରମ୍ଭ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର(କେନ୍ୟୁଜ୍‌) : କିଛି ସମୟ ପରେ ଓଡ଼ିଶାରେ ଚାଲିବ ଫାଇଭ ଜି ସେବା। ଏହାସହ ଫୋର ଜି ସେବାକୁ ଆହୁରି ସୁଦୃଢ କରିବା ପାଇଁ ୧୦୦ଟି ଫୋର ଜି ଟାୱାରର ଲୋକାର୍ପଣ ହେବ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିବେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ଭୁବନେଶ୍ୱର ସମେତ ଅନ୍ୟ କିଛି ସ୍ଥାନରେ ଏହି ସେବା ଆରମ୍ଭ ହେବ । ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ଏହି ସେବା ପ୍ରଦାନ କରିବେ ।

ରାଜ୍ୟରେ ଫାଇଭ୍‌ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍‌ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍‌ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍‌ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଫାଇଭ୍‌ ଜି ସେବା ଆରମ୍ଭ ହେଲେ ଟେଲିକମ୍‌ ଓ ଇଣ୍ଟରନେଟ୍‌ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ ।

4G ତୁଳନାରେ ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ । 5G ମାଧ୍ୟମରେ ଇଣ୍ଟରନେଟ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ଜିବିପିଏସ ପ୍ରତି ସେକେଣ୍ଡ ମିଳିବ । 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍‌ ଲୋଡ୍‌ ସ୍ପିଡ ୧୦ଗୁଣ ଅଧିକ । 5Gରେ ବିନା ବାଧାରେ ଇଣ୍ଟରନେଟ୍‌ ସେବା, ଅଧିକ ବିଶ୍ୱସନୀୟ ସଂଚାର ସେବା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.