ସାବଧାନ…୫ ଦିନ ପ୍ରବଳ ତାତି, ବାହାରକୁ ନ ବାହାରିବାକୁ ପରାମର୍ଶ ଜାରି

ସକାଳୁ ସୂର୍ଯ୍ୟ ଉଇଁଲେ ବାହାରକୁ ବାହାରିବାକୁ ଡର ଲାଗୁଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ନିହାତି କାମ ନଥିଲେ ଖରାରେ ଘରୁ ବାହାରନ୍ତୁ ନାହିଁ ବୋଲି କହିଲା ପାଣିପାଗ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସୂର୍ଯ୍ୟ ଉଇଁଲେ ବାହାରକୁ ବାହାରିବାକୁ ଡର ଲାଗୁଛି । ଉପାନ୍ତରୁ ଉପକୂଳ ସବୁଠି ଆକାଶରୁ ଅଗ୍ନି ବର୍ଷା ହେଉଛି। ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମପ୍ରବାହ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଦିନ ୧୨ ନ ବାଜୁଣୁ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଦିନ ୧୧: ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬° , ଚାନ୍ଦବାଲିରେ ୩୮.୪°,ବାଲେଶ୍ୱରରେ ୩୮.୨° ,ପୁରୀରେ ୩୮°,ସମ୍ବଲପୁରରେ ୩୭.୮°,ହୀରକୁଦରେ ୩୭.୬, ଗୋପାଳପୁରରେ ୩୭.୪° କେନ୍ଦୁଝର ରେ ୩୭° ଓ ପାରାଦୀପ ରେ୩୪.୨° ତାପମାତ୍ରାରେକର୍ଡ କରାଯାଇଛି ।

odisha

 

ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ନିହାତି କାମ ନଥିଲେ ଖରାରେ ଘରୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ ବୁଲାବୁଲି ନକରିବା ଭଲ । ବାହାରକୁ ଗଲେ ଛତା, ଜୋତା ସହ ପାଣି ବୋତଲ ସାଙ୍ଗରେ ନେଇ ଯାଆନ୍ତୁ । ଖରାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରନ୍ତୁ ଧଳା ରଙ୍ଗର ସୂତା କପଡ଼ା । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ । ଲେମ୍ବୁପାଣି, ତୋରାଣି, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଓ ଲସି ଆଦି ପିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ।

ସେପଟେ ସବୁ ଜିଲ୍ଲାପାଳଙ୍କୁ ହିଟ୍ ଓ୍ବେଭ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି SRC । ଅଂଶୁଘାତରେ କାହାର ମୃତ୍ୟୁ ହୋଇଥିଲେ ତତ୍କାଳ ତଦନ୍ତ କରାଯିବ । ୨ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଅଂଶୁଘାତ ଜନିତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଶ୍ରମିକ ମାନେ ଖରା ସମୟରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଯାଉଥିଲେ ପାଣି ବୋତଲ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.