Below header

ମହାଆଡମ୍ବରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ତୃତୀୟ ଅର୍ଘ୍ୟ ଏବଂ କାମିନା ବିବାହ ଉତ୍ସବ

ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ତୃତୀୟ ଅର୍ଘ୍ୟ ଏବଂ କାମିନା ବିବାହ ଉତ୍ସବ । ଦୀର୍ଘ ୧୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚଡକ ପର୍ବରେ ଆଜି ରହିଛି ଦ୍ୱତୀୟ ଅର୍ଘ୍ୟ ଏବଂ ବାବାଙ୍କ ନୀଳ ପର୍ବ ।

ଜଳେଶ୍ୱର(କେନ୍ୟୁଜ): ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କ ତୃତୀୟ ଅର୍ଘ୍ୟ ଏବଂ କାମିନା ବିବାହ ଉତ୍ସବ । ଦୀର୍ଘ ୧୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚଡକ ପର୍ବରେ ଆଜି ରହିଛି ଦ୍ୱତୀୟ ଅର୍ଘ୍ୟ ଏବଂ ବାବାଙ୍କ ନୀଳ ପର୍ବ ।

ଏହି ନୀଳ ପର୍ବରେ ନୀଳ ପୋଖରୀରୁ ଉଠିବ ଦୁଇଟି ଥମ୍ବି କାଠ । ଗତକାଲି କାମିନା ବିବାହ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି । ଚଡକ ପର୍ବର ତୃତୀୟ ଅର୍ଘ୍ୟରେ ଏକ ଲକ୍ଷ ୫୦ ହଜାରରୁ ଅଧିକ ଉପବୀତ ଧାରୀଙ୍କ ସଂଖ୍ୟା ହୋଇଥିବା ଦେଖିବାକୁ ମିଳିଥିଲା ।

ଗତକାଲି ତୃତୀୟ ଅର୍ଘ୍ୟରେ ସ୍ୱତନ୍ତ୍ର ଏକ ପର୍ବ କାମିନା ବିବାହ ପର୍ବ । ଯାହା ମନ୍ଦିର ଗର୍ଭ ଗୃହ ଭିତରେ ଗୁପ୍ତ ଭାବରେ ଶେଷ ହୋଇଛି । ମହାଦେବଙ୍କ କାମିନା ବିବାହ ପର୍ବ ପାଇଁ ସକାଳେ ବାବାଙ୍କ ନୀତିକାନ୍ତି ସରିବା ପରେ ବିରାଟ ପଟୁଆରରେ ମନ୍ଦିରରୁ ଶୋଭାଯାତ୍ରା ମାଧ୍ୟମରେ ବାବାଙ୍କ ଘଟ ନେଇ ଭାଟପୁର ସ୍ଥିତି କାମିନା ନାମକ ଅସୁରୁଣୀଙ୍କ ଘରକୁ ଶ୍ରୀବେକଡି, ଦେଉଳିଆ, ପାଟଭକ୍ତ ସହ ସମସ୍ତ ସେବାୟତ ମାନେ ପହଞ୍ଚିଥିଲେ ।

ସେଠାରୁ କାମିନା ନାମକ ରାକ୍ଷସୀର ଘଟକୁ ବାଜା, ସାହାନାଇ, ଢୋଲ, ମୃଦଙ୍ଗ ବଜାଇ ତାଳେ ତାଳେ ନାଚି କାମିନାଙ୍କୁ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ମନ୍ଦିର ଗର୍ଭ ଗୃହ ଭିତରେ ବିଭାହ କାର୍ଯ୍ୟ ସମ୍ପନ ହୋଇଛି, ତୃତୀୟ ଅର୍ଘ୍ୟ ଦେବା ଲାଗି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଏବଂ ଭକ୍ତ ଙ୍କ ଲୋକାରଣ୍ୟ ହୋଇଛି ।

ଆଜି ବିଶ୍ୱ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ମହାଦେବଙ୍କର ନୀଳ ପର୍ବ । ଯାହାକୁ ନେଇ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.