NPCIL ଖାଲିପଡିଛି ୪୦୦ ପଦବୀ, ଇଂଜିନିୟରିଂ ଗ୍ରାଜୁଏଟ କରନ୍ତୁ ଆବେଦନ

ଏନପିସିଆଇଏଲରେ ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ପଦବୀରେ ନିଯୁକ୍ତି ଗେଟ ସ୍କୋର 2022/2023/2024 ମାଧ୍ୟମରେ ହେବ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଏନପିସିଆଇଏଲର ଅଫିସିଆଲ ୱେବସାଇଟ npsilcareers.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ନ୍ୟୁକ୍ଲିଅର ପାଓ୍ଵର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ରେ ଖାଲିପଡିଛି ଅନେକ ପଦବୀ । ଯଦି ଆପଣ ଇଂଜିନିୟରିଂ ଗ୍ରାଜୁଏଟ ତେବେ ଆପଣ ତୁରନ୍ତ ଆବେଦନ କରନ୍ତୁ । ଏନପିସିଆଇଏଲରେ ଏଗ୍ଜିକ୍ୟୁଟିଭ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ପଦବୀରେ ନିଯୁକ୍ତି ଗେଟ ସ୍କୋର 2022/2023/2024 ମାଧ୍ୟମରେ ହେବ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଏନପିସିଆଇଏଲର ଅଫିସିଆଲ ୱେବସାଇଟ npsilcareers.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ :୪୦୦

ମେକାନିକାଲ: ୧୫୦
କେମିକାଲ : ୭୩
ଇଲେକ୍ଟ୍ରିକାଲ: ୬୯
ଇଲେକ୍ଟ୍ରୋନିକ୍ସ : ୨୯
ଇଷ୍ଟମେଣ୍ଟେସନ : ୧୯
ସିଭିଲ: ୬୦

ଜରୁରୀ ତାରିଖ : ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : AICTE/UGC ଦ୍ୱାରା ମାନ୍ୟତାପ୍ରାପ୍ତ ୟୁନିଭରସିଟି/ଡିମଡ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରୁ ୬ ଇଂଜିନିୟିରିଂ ବିଷୟରେ ୬୦ ପ୍ରତିଶତ ମାର୍କ ସହିତ ବିଇ/ବିଟେକ/ବିଏସସି ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନକାରୀଙ୍କ ପାଖରେ ଗେଟ୍‌ ୨୦୨୨ କିମ୍ବା ଗେଟ ୨୦୨୩, ୨୦୨୪ର ମାର୍କ ରହିଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟିଂ ୧:୧୨ ରେସିଓ ଲାଗୁ କରିବା ସହିତଗେଟ୍‌ ୨୦୨୨ କିମ୍ବା ଗେଟ ୨୦୨୩, ୨୦୨୪ର ମାର୍କ ଆଧାରରେ ହେବ । ଫାଇନାଲ ସିଲେକସନ ମେଡିକାଲ ଫିଟନେସ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଜେନେରାଲ/EWS/OBC ର ପୁରୁଷ ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି ଏବଂ ଜନଜାତି/PWD/ପୂର୍ବତନ ସୈନିକ, ଡିଓଡିପେକେଆଇଏ, ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.