Amazon ଲଞ୍ଚ କଲା ‘Bazaar’, ଏବେ ଶସ୍ତାରେ ମିଳିବ ଟ୍ରେଣ୍ଡିଂ ପୋଷାକ

ଏବେ ଆମାଜନ ଏହାର ନୂତନ ଅନଲାଇନ୍ ପ୍ଲାଟଫର୍ମ ଖୋଲିଛି । ଆମାଜନର ନୂତନ ପ୍ଲାଟଫର୍ମର ନାମ 'Bazaar' । ଫ୍ୟାଶନ ଲଭର୍ସଙ୍କ ପାଇଁ ଆମାଜନ ଦ୍ୱାରା ଏବେ 'Bazaar' ଷ୍ଟୋର ଲଞ୍ଚ କରାଯାଇଛି ।

ଅନଲାଇନ୍ ଇ-କମର୍ସ ୱେବସାଇଟ୍ ଆମାଜନ ଗ୍ରାହକଙ୍କ ପାଇଁ ଏକ ବଡ ଖବର ଆଣିଛି । ଯଦି ଆପଣ ଜଣେ ଫ୍ୟାଶନ୍ ଲଭର, ତେବେ ଆପଣ ଆମାଜନର ଏହି ସର୍ଭିସ ଆପଣଙ୍କୁ ଖୁବ ପସନ୍ଦ ଆସିବ । ଏବେ ଆମାଜନ ଏହାର ନୂତନ ଅନଲାଇନ୍ ପ୍ଲାଟଫର୍ମ ଖୋଲିଛି । ଆମାଜନର ନୂତନ ପ୍ଲାଟଫର୍ମର ନାମ ‘Bazaar’ । ଫ୍ୟାଶନ ଲଭର୍ସଙ୍କ ପାଇଁ ଆମାଜନ ଦ୍ୱାରା ଏବେ ‘Bazaar’ ଷ୍ଟୋର ଲଞ୍ଚ କରାଯାଇଛି । ଆମାଜନ କିଛି ମାସ ପୂର୍ବରୁ Bazaar ଷ୍ଟୋର ଲଞ୍ଚ ହେବାର ଘୋଷଣା କରିଥିଲା ।

ବର୍ତ୍ତମାନ କମ୍ପାନୀ ଏହାକୁ ଅଫିସିଆଲି ଖୋଲିଛି । ସେହି ୟୁଜର୍ସଙ୍କ ପାଇଁ ଆମାଜନର ନୂତନ Bazaar Store ବେଷ୍ଟ ଅପ୍ସନ ହେବାକୁ ଯାଉଛି ଯେଉଁମାନେ ଶସ୍ତା ମୂଲ୍ୟରେ ଟ୍ରେଣ୍ଡିଂ ଏବଂ ଫ୍ୟାଶନେବଲ୍ ପୋଷାକ କିଣିବାକୁ ଚାହୁଁଛନ୍ତି । ପୋଷାକ ସହିତ, ଏହି ଆମାଜନ ଷ୍ଟୋର୍ ଅନ୍ୟ ଜିନିଷକୁ ମଧ୍ୟ କମ୍ ମୂଲ୍ୟରେ ବିକ୍ରି କରିବ । ଆମାଜନ Bazaar ବିଷୟରେ ସବୁଠାରୁ ବଡ ବିଶେଷ କଥା ହେଉଛି ଆପଣ ଏଠାରେ ପ୍ରତ୍ୟେକ ଜିନିଷକୁ ୬୦୦ ରୁ କମ୍ ମୂଲ୍ୟରେ କିଣି ପାରିବେ । ଆପଣଙ୍କୁ କହି ରଖୁଛୁ ଯେ ବଜାର ଆପ୍ ଆମାଜନ ଆପର ଏକ ପାର୍ଟ ଏବଂ କମ୍ପାନୀ ଏହାକୁ ଆମାଜନର ଏକ ଭାଗରେ ଦର୍ଶାଇଛି ।

ଏହାର ଅର୍ଥ ଆପଣଙ୍କୁ ଆମାଜନ ବଜାର ପାଇଁ କୌଣସି ଅଲଗା ଆପ୍ ଇନଷ୍ଟଲ କରିବାକୁ ପଡିବ ନାହିଁ । ଆପଣ କେବଳ ଆମାଜନକୁ ଯାଇ ‘ବଜାର’ରେ ଜିନିଷ କିଣିପାରିବେ । ଏବେ Meesho ଆପ୍ Amazon Bazaarରୁ କଠୋର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛି । ଆମାଜନର ନୂତନ ଆପରେ, ଆପଣ ସପିଂ ପାଇଁ ବିଭିନ୍ନ ସେକ୍ସନ ଦେଖିବାକୁ ପାଇବେ ଏବଂ ସମସ୍ତ ସେକ୍ସନରେ ଆପଣ ୬୦୦ରୁ କମ୍ ମୂଲ୍ୟରେ ଜିନିଷ କିଣିପାରିବେ ।

ବଜାର ଆପରେ ୟୁଜର୍ସମାନେ ଟ୍ରେଣ୍ଡିଂ ଫ୍ୟାଶନେବଲ୍ ପୋଷାକ ସହିତ ଡିଜାଇନର୍ ଅଳଙ୍କାର, ବ୍ୟାଗ୍, ହ୍ୟାଣ୍ଡ ବ୍ୟାଗ୍, ଜୋତା, ଫ୍ୟାଶନ୍ ଆସେସୋରିଜ୍ ଇତ୍ୟାଦି ଅତି ସୁଲଭ ମୂଲ୍ୟରେ କିଣି ପାରିବେ । ୟୁଜର୍ସମାନେ ବଜାରରୁ ରୋଷେଇ ଉପକରଣ, ଟାୱାଲ, ବେଡସିଟ୍ ଏବଂ ଘର ସାଜସଜ୍ଜା ସାମଗ୍ରୀ ମଧ୍ୟ କିଣି ପାରିବେ । ସୂଚନାଯୋଗ୍ୟ ଆପଣ ଏଠାରେ ମାତ୍ର ୧୨୫ ଟଙ୍କାରୁ ଆରମ୍ଭ ମୂଲ୍ୟରେ ରୋଷେଇ ସାମଗ୍ରୀ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.